ସୁବର୍ଣ୍ଣପୁର: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଲକଡାଉନ, ସଟଡାଉନ, ରାତ୍ରିକାଳୀନ କର୍ଫ୍ୟୁ ଆଦି ଚାଲିଛି । ସେହିପରି ମାସ୍କ ପରିଧାନ କରିବା, ହାତ ଧୋଇବା, ଟୀକା ନେବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦିରେ ଗୁରୁତ୍ୱ ଦିଆଯାଉଛି । ହେଲେ ଏହି ବେଳାରେ ସପ୍ତାହନ୍ତ ସଟଡାଉନ ଡାକ୍ତରଖାନା ମାନଙ୍କରେ ରୋଗୀମାନଙ୍କ ସମ୍ପର୍କୀୟମାନେ ମୁଠେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି ।
ସମସ୍ତ ଦୋକାନ ବଜାର ସହ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ସେମାନେ ଖାଇବାକୁ ପାଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଶାଖା ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବଣ୍ଟନ କରାଯାଇଛି ।
ଏହି ସଂସ୍ଥାର କର୍ମକର୍ତ୍ତାମାନେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାଣ୍ଚିଛନ୍ତି । ଆଜି ବିନିକା ଚିକିତ୍ସାଳୟ ପରିସରରେ ବି ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହାନ୍ତ ସଟଡାଉନ ସମୟରେ କରାଯିବ ଵୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ତେବେ କେଶରୀଆ ହିନ୍ଦୁ ବାହୀନି ଜିଲ୍ଲା ଶାଖାର ଏହି ଉଦ୍ୟମକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ