ETV Bharat / state

Subarnapur Road Accident: ଜେଲରୁ ମୁକୁଳିଲେ ଲେଡି ଇନ୍ସପେକ୍ଟରଙ୍କ ଡ୍ରାଇଭର

author img

By

Published : Jul 16, 2022, 9:33 PM IST

ସୁବର୍ଣ୍ଣପୁର ସଡ଼କ ଦୁର୍ଘଟଣା । ୩ ଜଣଙ୍କ ପ୍ରାଣ ନେଇଥିବା ଅଣ ଲାଇସେନ୍ସ ଡ୍ରାଇଭରକୁ ଜାମିନ । ଅଧିକ ପଢନ୍ତୁ

Subarnapur Road Accident: ଜେଲରୁ ମୁକୁଳିଲେ ଅଣ ଲାଇସେନ୍ସ ଡ୍ରାଇଭର

ସୁବର୍ଣ୍ଣପୁର: ଜିଲ୍ଲାର ଖାରୀ ନିକଟରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟାଇଥିବା ଅଣ ଲାଇସେନ୍ସ ଡ୍ରାଇଭରକୁ ମିଳିଲା ଜାମିନ । ଏହି ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଡ୍ରାଇଭର ଅଜୟ ଜେଠୀକୁ ତରଭା କୋର୍ଟରୁ ମିଳିଛି ଜାମିନ । ପୋଲିସ ଜାଣିଶୁଣି ଏମାନଙ୍କୁ ବଞ୍ଚାଇବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଗତ ୧୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନି ହେବା ସହିତ ୬ଜଣ ଗୁରୁତର ଆହତ ହୋଇଥିଲେ । ଗାଡିର ଡ୍ରାଇଭର ଓ ମାଲିକ ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଘଟଣାସ୍ଥଳରୁ ଫେରାର ମାରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ପୋଲିସ ବଲାଙ୍ଗୀରରୁ ଡ୍ରାଇଭରକୁ ଗିରଫ କରିଥିଲା । ପରେ ପୋଲିସ ଏହାର ଅନୁସନ୍ଧାନ କରି ତାଙ୍କ ବିରୁଦ୍ଧରେ IPCର ଧାରା ୨୭୯, ୩୩୭, ୩୩୮ ଓ ୩୦୪ ଏ ରେ କେସ ରୁଜୁ କରିଥିଲେ । ଯାହାକି ବେଲବୁଲ ଯୋଗ୍ୟ ବୋଲି ତାଙ୍କ ଓକିଲ କହିଛନ୍ତି ।

ଏହା ବି ପଢନ୍ତୁ- Sonepur Road Mishap: ଦୁର୍ଘଟଣା ଘଟାଇ ମାରୁଥିଲେ ଚମ୍ପଟ, ବଲାଙ୍ଗୀରୁ ଗିରଫ ହେଲେ IIC ଓ ଡ୍ରାଇଭର

ତେବେ ଏଠାରେ ପ୍ରଶ୍ନ ଉଠୁଛି ବିନା ଲାଇସେନ୍ସରେ ଗାଡି ଚାଳନା କରି ୩ ଜଣଙ୍କର ଜୀବନ ନେଇଥିବା ଡ୍ରାଇଭର ଅଜୟ ଜେଠୀଙ୍କୁ କିପରି ଜାମିନ ମିଳିଲା ତାହା ଏବେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଅଜୟ ଓ ଏହି ଗାଡିର ମାଲିକ ସ୍ନିଗ୍ଧାରାଣୀ ସୁନାଙ୍କ ଅବୈଧ ସମ୍ପର୍କ କଥା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସ୍ନିଗ୍ଧାରାଣୀ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ପୋଲିସ ଜାଣିଶୁଣି ଏମାନଙ୍କୁ ବଞ୍ଚାଇବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.