ETV Bharat / state

ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା: ଘରେ ପଶୁଛି ଡ୍ରେନ ପାଣି, ଅସନ୍ତୋଷ ବାସିନ୍ଦା - ଡ୍ରେନ ପାଣିରେ ଉବୁଟୁବୁ ସୁବର୍ଣ୍ଣପୁର

ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ପ୍ରଥମ ବର୍ଷାରେ ଏହା ପ୍ରମାଣିତ ହୋଇଯାଇଛି ।

drain water enter in houses of subarnapur
ଡ୍ରେନ ପାଣିରେ ଉବୁଟୁବୁ ସୁବର୍ଣ୍ଣପୁର
author img

By

Published : Jun 15, 2020, 1:15 PM IST

ସୁବର୍ଣ୍ଣପୁର: ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ପ୍ରଥମ ବର୍ଷାରେ ଏହା ପ୍ରମାଣିତ ହୋଇଯାଇଛି । ଡ୍ରେନ ଗୁଡିକର ଦୂଷିତ ପାଣି ରାସ୍ତା ଉପରକୁ ମାଡି ଆସିଛି । ଫଳରେ ଡ୍ରେନ ଗୁଡିକରେ ଥିବା ବିଭିନ୍ନ ପ୍ରକାରର ପୋକଜୋକ ଘର ଭିତରେ ପ୍ରବେଶ କରୁଛନ୍ତି ।

ଡ୍ରେନ ପାଣିରେ ଉବୁଟୁବୁ ସୁବର୍ଣ୍ଣପୁର

ଡ୍ରେନ ଗୁଡିକର ପୋକ ଘର କାନ୍ଥ ଉପରକୁ ଚଢି ଆସୁଛନ୍ତି । ଗ୍ରୀଷ୍ମ ଋତୁରେ ଡ୍ରେନ ଗୁଡିକ ସଫା କରିବା ପାଇଁ ଜନସାଧାରଣ ପୌର ପରିଷଦକୁ ଅନୁରୋଧ କରିଥିଲେ । ମାତ୍ର ପୌର ପରିଷଦର ଅବହେଳା ଯୋଗୁଁ ବର୍ଷର ପ୍ରଥମ ବର୍ଷାରେ ହିଁ ଲୋକେ ଅସୁବିଧାର ସମ୍ମୁଖୀନ ହେଲେଣି ।

ଘର ସଫା କରିବାରେ ମହିଳାମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଘର ଭିତରକୁ ମଇଳାପାଣି ପଶି ଆସୁଥିବାରୁ ଲୋକେ ଭୟଭୀତ । ଅପରପକ୍ଷରେ ଘଟଣାଟି ପୌର ପରିଷଦର ନଜରକୁ ଆସିଥିବାବେଳେ ଡ୍ରେନ ସଫେଇ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.