ସୁବର୍ଣ୍ଣପୁର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଇ ଏଥିରୁ ବାଦ ପଡୁ ନାହାଁନ୍ତି କୋରୋନା ଯୋଦ୍ଧା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 5 କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ହସପିଟାଲର ଆଉଟଡୋର ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଶଲ୍ୟ ବିଭାଗକୁ ସାନିଟାଇଜ କରାଯାଇଛି । ସଦର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସ୍ଥାନକୁ ସାନିଟାଇଜ କରିଛନ୍ତି ।
ତେବେ ଏବେ ଜିଲ୍ଲାରେ ଜୀବନ ଯାତ୍ରା ସ୍ବାଭାବିକ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପୁରା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ