ETV Bharat / state

ଅନ୍ତର୍ଜାତୀୟ ମହିଳା ଦିବସ: ସୁବର୍ଣ୍ଣା ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ - ସୁବର୍ଣ୍ଣପୁର

ସହରର ଅଗ୍ରଣୀ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁବର୍ଣ୍ଣା ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣା ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ
ସୁବର୍ଣ୍ଣା ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ
author img

By

Published : Mar 8, 2021, 1:48 PM IST

ସୁବର୍ଣ୍ଣପୁର: ସହରର ଅଗ୍ରଣୀ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁବର୍ଣ୍ଣା ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁବର୍ଣ୍ଣାର ସଭ୍ୟାମାନେ ସହରର ବ୍ଲକ ଛକଠାରେ ବାଟୋଇ ମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିବା ସହିତ ମହାମାରୀ କୋରୋନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

ସୁବର୍ଣ୍ଣା ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ

ସଭାନେତ୍ରୀ ମୀନା ମହାରଣାଙ୍କ ନେତୃତ୍ବରେ ମହିଳା ମାନେ ସଂଗଠିତ ହୋଇ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ, ହିଂସା, ଦୁଷ୍କର୍ମ, ପାରିବାରିକ କଳହ ଆଦିର ତୀବ୍ର ପ୍ରତିବାଦ କରିବା ସହିତ ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ମହିଳାଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା ଠିକ ଭାବେ ଲାଗୁ କରିବା ସହିତ ମହିଳା ମାନେ ଆର୍ଥିକ ଭାବେ କିଭଳି ଉନ୍ନତି କରିବେ ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସୁବର୍ଣ୍ଣା ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.