ETV Bharat / state

ରିଂ-ରୋଡ଼ କାର୍ଯ୍ୟ ବିଳମ୍ବକୁ ନେଇ ଜନ ଅସନ୍ତୋଷ

author img

By

Published : Jun 29, 2022, 9:48 PM IST

ଐତିହାସିକ ସହର ସୁବର୍ଣ୍ଣପୁରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ତିଆରି ଚାଲିଥିବା ରିଂ-ରୋଡ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ । ଦୀର୍ଘ ପାଞ୍ଚ ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏଯାଏଁ ଶେଷ ନ ହେବାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ରିଂ-ରୋଡ଼ କାର୍ଯ୍ୟ ବିଳମ୍ବକୁ ନେଇ ଜନ ଅସନ୍ତୋଷ
ରିଂ-ରୋଡ଼ କାର୍ଯ୍ୟ ବିଳମ୍ବକୁ ନେଇ ଜନ ଅସନ୍ତୋଷ

ସୁବର୍ଣ୍ଣପୁର: ମନ୍ଦିର ମାଳିନୀ ଐତିହାସିକ ସହର ସୁବର୍ଣ୍ଣପୁରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ତିଆରି ଚାଲିଛି ରିଂ-ରୋଡ । ଆଜକୁ ଦଶନ୍ଧିରୁ ଅଧିକ ହେବ ରିଂ-ରୋଡ କାର୍ଯ୍ୟ ଚାଲିଛି ଯେ ଚାଲିଛି । ଆଜି ପର୍ଯ୍ୟନ୍ତ ଶେଷହୋଇ ପାରିଲା ନାହିଁ । ସହରବାସୀଙ୍କ ସୁରକ୍ଷା ସହିତ ନଦୀ କୂଳରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କେବେ ଶେଷ ହେବ ତାକୁ ନେଇ ଚିନ୍ତାରେ ସ୍ଥାନୀୟବାସୀ ।

20 ଜାନୁୟାରୀ 2011 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ଦୁଇ ବର୍ଷ ଭିତରେ ରିଂ-ରୋଡ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସହରବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ହେଲେ ପ୍ରାୟ ପାଞ୍ଚ କିଲୋମିଟର ଲମ୍ବ ରିଂ-ରୋଡର ଅର୍ଦ୍ଧେକ କାମ ଏଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ମହାନଦୀ ଗର୍ଭରେ ଏବେ ଆରମ୍ଭ ହୋଇଛି ବ୍ରିଜ କାର୍ଯ୍ୟ । ଦଶମତୀ ଘାଟରୁ ପ୍ରାୟ ଗୋଟିଏ କିଲୋମିିଟର କୁମ୍ଭାର ପଡା ଯାଏଁ ଏହି ବ୍ରିଜ ନିର୍ମାଣ ହେବ । 45ଟି ବ୍ରିଜର ଖମ୍ବ ତିଆରି ହେବାକୁ ଥିବାବେଳେ ଏକମାତ୍ର ଖମ୍ବ କାର୍ଯ୍ୟ ଶେଷ ହୋଇ ଦୁଇ ନମ୍ବର ଖମ୍ବ କାର୍ଯ୍ୟ ଆରମ୍ଭ ହୋଇଛି ।

ତେବେ ଐତିହାସିକ ଗୋକର୍ଣ୍ଣେଶ୍ବର ମନ୍ଦିର, ବାବା ରାମେଶ୍ବର ମନ୍ଦିର, ଐତିହାସିକ ରାଜପ୍ରାସାଦ ସମେତ ଅନେକ କୀର୍ତ୍ତିରାଜିର ସୁରକ୍ଷା କରିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲି ଥିବାବେଳେ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.