ସୁବର୍ଣ୍ଣପୁର: ଶ୍ରୀକୃଷ୍ଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଗଡଜାତର ମହାପ୍ରଭୁ ବଡ଼ ଜଗନ୍ନାଥ । ବଳରାମ ବେଶ ଧାରଣ କରିଛନ୍ତି ବଳଭଦ୍ର । ନୃସିଂହ ଦେବଙ୍କ ସହିତ ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ପାଇଁ ଶ୍ରୀ ଗୁଣ୍ଡିଚା ଗୁଡିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।
ଦେବୀ ସୁଭଦ୍ରାଙ୍କ ସହିତ ଜଗନ୍ନାଥ ଓ ବଳଭଦ୍ର ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ତେବେ ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନି ଠାକୁରଙ୍କ ବେଶ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର