ETV Bharat / state

ସୁବର୍ଣ୍ଣପୁରରେ ଜମୁଛି ଜାଗର ଯାତ୍ରା, ଲୋକରାଣ୍ୟ ଶୈବପୀଠ - ପବିତ୍ର ମହାଶିବରାତ୍ରି

ଜାଗର ଯାତ୍ରା ଅବସରରେ ସୁବର୍ଣ୍ଣପୁର ସହରର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଜମୁଛି ଜାଗର ଯାତ୍ରା
devotees offer prayer on mahashivratri
author img

By

Published : Feb 18, 2023, 4:41 PM IST

ସୁବର୍ଣ୍ଣପୁରରେ ଜମୁଛି ଜାଗର ଯାତ୍ରା

ସୁବର୍ଣ୍ଣପୁର: ଆଜି ପବିତ୍ର ମହାଶିବରାତ୍ରି । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ମହାଦେବଙ୍କୁ ଦର୍ଶନ କରିବା ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହି କ୍ରମରେ ସୁବର୍ଣ୍ଣପୁର ସହରର ପ୍ରାଚୀନ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଛି ।

ବିଶେଷକରି ସହରର ପ୍ରମୁଖ ମନ୍ଦିର ବାବା ସୁବର୍ଣ୍ଣମେରୁ, ବାବା ରାମେଶ୍ୱର, ପଶ୍ଚିମ ସୋମନାଥ, ଗୋକରନେଶ୍ୱର, ଲୋକନାଥ, ପଞ୍ଚରଥ ଆଦି ମନ୍ଦିର ଗୁଡିକରେ ଆଜି ବଡି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ନିଜ ପରିଜନଙ୍କ ସହ ଆସି ମହାଦେବଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପବିତ୍ର ମହା ଶିବରାତ୍ରି ଅବସରରେ ମନ୍ଦିର ଗୁଡିକରେ ନାମ ସଂକୀର୍ତ୍ତନ, ଶିବ ପୁରାଣ ପାଠ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ, ପ୍ରବଚନ ଆଦିର କାର୍ଯ୍ୟକ୍ରମ ରହିଛି ।

ଆଜି ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ରାତ୍ରୀ ଉଜାଗର ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିନ ବେଳା ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ଗୁଡିକରେ ଆବଶ୍ୟକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସେପଟେ ମହାଦୀପ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଅଷ୍ଟଶମ୍ଭୁଙ୍କ ମନ୍ଦିରର ସେବାୟତମାନଙ୍କ ଦ୍ବାରା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜକୁ 33 ବର୍ଷ ହେଲା ଶ୍ରୀ ରାମେଶ୍ୱର ପୀଠରେ ସାମୁହିକ ବ୍ରତ ପାଳନ କରାଯାଉଛି । ଗରୀବ ବ୍ରାହ୍ମଣ ପିଲାମାନେ ଆଜିର ଏହି ପବିତ୍ର ବେଳାରେ ବ୍ରତ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ହର ହର ମହାଦେବରେ କମ୍ପୁଛି ଶୈବପୀଠ

ସ୍ବେଚ୍ଛାସେବୀ ଶ୍ରୀବତ୍ସ ମଲ୍ଲିକ ଏହି ସାମୁହିକ ବ୍ରତ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସମସ୍ତ ଆର୍ଥିକ ଖର୍ଚ୍ଚ ବହନ କରୁଛନ୍ତି । ତେବେ ଶ୍ରଦ୍ଧାଳୁମାନେ ପବିତ୍ର ସଙ୍ଗମରେ ସ୍ନାନ କରି ଆଜି ଦେବ କୃପା ଲାଭ କରିବା ପାଇଁ ଶୈବ ପୀଠଗୁଡିକରେ ଦର୍ଶନ କରିଛନ୍ତି । କୁହାଯାଏ ଆଜିର ଦିନରେ ଉପବାସ ରହି ପ୍ରଭୁଙ୍କ ନିକଟରେ ଜାଗର ଜାଳିଲେ କୋଟି ପୁଣ୍ୟ ମିଳିଥାଏ । ତେଣୁ ସନ୍ଧ୍ୟାରେ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେବା ଆଶା କରାଯାଉଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଜାଗର ପାଇଁ ଦେବୋତ୍ତର ବିଭାଗ, ମନ୍ଦିର କମିଟି, ସେବାୟତ ଓ ସହରର ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.