ETV Bharat / state

ରାମେଶ୍ୱର ପୀଠର ବିକାଶ ଆରମ୍ଭ - subarnapur latest news

ସୁବର୍ଣ୍ଣପୁରର ରାମେଶ୍ବର ମନ୍ଦିର ରାମେଶ୍ୱର ପୀଠର ବିକାଶ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ କରିବା ତଥା ମହାନଦୀ ତଟରେ ବସି ଚିରସ୍ରୋତା ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ରାମେଶ୍ୱର ପୀଠର ବିକାଶ ଆରମ୍ଭ
ରାମେଶ୍ୱର ପୀଠର ବିକାଶ ଆରମ୍ଭ
author img

By

Published : Aug 3, 2020, 9:27 PM IST

ସୁବର୍ଣ୍ଣପୁର: ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର । ଏହି ପବିତ୍ର ମାଟିରେ ଅଷ୍ଟ ଶମ୍ଭୁ,ଅଷ୍ଟ ବିଷ୍ଣୁ ,ଅଷ୍ଟ ଚଣ୍ଡି ,ଅଷ୍ଟ ହନୁମାନଙ୍କ ସମେତ ଅଷ୍ଟତ୍ତର ଶହେ ଆଠ ମନ୍ଦିର ରହିଛି । ମନ୍ଦିର ଗୁଡିକର ହଜ଼ାର ହଜ଼ାର ଭୂସମ୍ପତ୍ତି ବି ରହିଛି । ଦେବୋତ୍ତର ବିଭାଗ ପାଖରେ କୋଟି କୋଟି ଟଙ୍କା ରହିଥିବା ବେଳେ ମନ୍ଦିର ଗୁଡିକର ରକ୍ଷଣା ବେକ୍ଷଣ କିନ୍ତୁ କରାଯାଇ ପାରୁ ନାହିଁ ।

ରାମେଶ୍ୱର ପୀଠର ବିକାଶ ଆରମ୍ଭ

ସୁବର୍ଣ୍ଣପୁର ସହର ରାମେଶ୍ବର ମନ୍ଦିର କମିଟି ପକ୍ଷରୁ ଏହି ପୀଠର ବିକାଶ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ କରିବା, ଶ୍ରଦ୍ଧାଳୁଙ୍କ ବିଶ୍ରାମ ତଥା କିଛି ସମୟ ମହାନଦୀ ତଟରେ ବସି ଚିରସ୍ରୋତା ମହାନଦୀର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କର ଆର୍ଥିକ ସହଯୋଗରେ ମହାନଦୀ ତଟରେ ବସିବା ପାଇଁ ସିମେଣ୍ଟ ଚୌକି ଆଦିର ସୁବିଧା କରାଯାଇଛି । ସେହିପରି ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ମନ୍ଦିର ପରିସରରେ ବି ଭକ୍ତମାନଙ୍କର ବିଶ୍ରାମ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ତେବେ ପ୍ରତିଦିନ ହଜ଼ାର ହଜ଼ାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହୁଥିବା ଏହି ପ୍ରାଚୀନ ମନ୍ଦିର ଗୁଡିକର ବିକାଶ ପାଇଁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଦାବି ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.