ସୁବର୍ଣ୍ଣପୁର: କ୍ଷତିଗ୍ରସ୍ତ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ତରଭା ବ୍ଲକ ତହସିଲ କାର୍ଯ୍ୟାଳୟ ଆଗରେ ଆର୍ଥିକ ସଂସ୍ଥା ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୁବର୍ଣ୍ଣପୁରରେ ତରଭା ବ୍ଲକରେ ସ୍ବେଚ୍ଛାସେବୀ ବଳଦେବ ବେଦବାକ ଓ ଜୟନ୍ତ ଦାସଙ୍କ ନେତୃତ୍ବରେ ଶତାଧିକ ଜମାକାରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ବିକ୍ଷୋଭ କରିଥିଲେ ।
ସମସ୍ତ କ୍ଷତିଗ୍ରସ୍ତ ମାନଙ୍କୁ ତହସିଲ ଜରିଆରେ ଚିହ୍ନଟ , ଠକାମୀରେ ସମ୍ପୃକ୍ତ କମ୍ପାନୀର ସମ୍ପତ୍ତିକୁ ଜବତ ସହ ବିକ୍ରୟ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ,ଠକାମୀ ପାଇଁ ତୃଟିଯୁକ୍ତ ଆଇନର ସଂଶୋଧନ ଦାବିରେ ଏହି ସତ୍ୟାଗ୍ରହ କରିଥିଲେ। ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ