ସୁବର୍ଣ୍ଣପୁର: ଜିଲ୍ଲାରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଦାବି ହୋଇଛି । କୃଷି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦିଆ ଯାଇଥିଲା। ମାତ୍ର ତାହା କେବଳ କଥାରେ ରହିଯାଇଛି। ଏନେଇ ସରକାର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଦେଉଛି।
ଜିଲ୍ଲାରୁ ଦୁଇ ଦୁଇ ଥର ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତ ମାନର ଚାଷ କାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ପାଖରୁ କୃଷି କର୍ମଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସୁବର୍ଣ୍ଣପୁରର ଚାଷୀମାନେ ଉନ୍ନତ ଜ୍ଞାନ କୌଶଳରେ ଚାଷ କାର୍ଯ୍ୟ କରି ଜିଲ୍ଲାକୁ ଉତ୍ପାଦିକା ଶକ୍ତିରେ ରାଜ୍ୟରେ ପ୍ରଥମ ସ୍ଥାନକୁ ପହଞ୍ଚାଇ ପାରିଛନ୍ତି। ଚାଷୀମାନେ ନିଜ ନିଜ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟ କରୁଥିବାରୁ ରାଜ୍ୟର ଅନେକ ଜିଲ୍ଲା ତଥା ଅନେକ ରାଜ୍ୟର ଚାଷୀ ମାନଙ୍କ ପାଇଁ ଉଦାହରଣ ହୋଇ ପାରିଛନ୍ତି।
ତେବେ ତତକାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସୁବର୍ଣ୍ଣ ମହୋତ୍ସବ ମଞ୍ଚରେ ଜିଲ୍ଲାରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ସହମତି ପ୍ରକାଶ କରି ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା କେବେଳ ପ୍ରତିଶ୍ରୁତିରେ ରହିଯାଇଛି। ତେବେ ଜିଲ୍ଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଦାବି ହୋଇଛି। ସରକାର ଜିଲ୍ଲାବାସୀଙ୍କ ଏହି ସ୍ବପ୍ନକୁ ପୂରଣ କରିବେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ