ETV Bharat / state

ରାସ୍ତା ପ୍ରଶସ୍ତି କରଣ ନାଁରେ ବଳି ପଡିବେ 11ଶହ ଗଛ - tree

ରାସ୍ତା ପ୍ରଶସ୍ତିକରଣ ପାଇଁ ହେବ ଗଛ କାଟ । ଗଛ ଲଗାଇବା ସ୍ଥାନରେ ଗଛ କାଟିବାର ନିଷ୍ପତ୍ତି ନେଇଛି ଗୃହ ଓ ପୂର୍ତ୍ତ ବିଭାଗ । ହେଲେ ଏହାକୁ ବିରୋଧ କରିଛନ୍ତି ସହରବାସୀ ଓ ବୁଦ୍ଧିଜୀବି । ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଗଛ କଟାଯାଇଛି । ହେଲେ କିଛି ଲାଭ ହୋଇନି ବରଂ କ୍ଷତି ହୋଇଛି । ଆଉ ଏହାକୁ ପୁଣି ଦୋହରାଉଛି ପ୍ରଶାସନ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : Jul 5, 2019, 4:48 PM IST

ସୁବର୍ଣ୍ଣପୁର: ସହର ଦିନକୁ ଦିନ ମରୂଭୂଇଁରେ ପରିଣତ ହେଉଛି । ସହରରେ ଥିବା ପୁରୁଣା ଗଛସବୁ ଉନ୍ନୟନ ନାଁରେ କାଟି ଦିଆଯାଇଛି । ଏବେ ସହରର ବିଭିନ୍ନ ରାସ୍ତା ପ୍ରଶସ୍ତି କରଣ ନାଁରେ ନୂତନ ଗଛସବୁ କାଟିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସହରର ମହାନଦୀରୁ ତେଲନଦୀ ଯାଏଁ ଫୋର ଲେନ ରାସ୍ତା ପାଇଁ ପ୍ରାୟ 8 ବର୍ଷ ତଳେ ଲାଗିଥିବା ଗଛସବୁ ଗୃହ ଓ ପୂର୍ତ୍ତ ବିଭାଗ କାଟିବା ପାଇଁ ନିଷ୍ପତ୍ତି ନେଇଛି । ଫଳରେ ଏବେ ସହର ବୃକ୍ଷ ଶୂନ୍ୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଗ୍ରୀନ ମହାନଦୀ ମିଶନ ଫେଲ ମାରିଥିବା ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ରାସ୍ତା ପ୍ରଶସ୍ତି କରଣ ପାଇଁ ପ୍ରାୟ 11 ଶହ ଗଛ କାଟିବା ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି । ଯାହାକୁ ସହରର ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ବୁଦ୍ଧିଜିବୀ ମହଲରେ ତୀବ୍ର ବିରୋଧ ହେଉଛି । ବର୍ଷକୁ ବର୍ଷ ସହରରେ ଉତ୍ତାପ ବଢୁଛି । ଲୋକେ ଗ୍ରୀଷ୍ମରେ ଗଛର ଛାଇ ଟିକିଏ ଖୋଜୁଛନ୍ତି । ଯେଉଁ ସହର ମହାନଦୀ ଓ ତେଲନଦୀ ସଂଗମରେ ସବୁଜ ବନାନୀରେ ଭରପୁର ଥିଲା ଓ ଲୋକେ ଆରାମ ଦାୟକ ଗ୍ରୀଷ୍ଣର ମଜା ନେଉଥିଲେ ,ତାହା ଏବେ ତତଲା କଢେଇରେ ପରିଣତ ହୋଇଛି ।

ଅପରପକ୍ଷରେ ଗଛସବୁ ନ କାଟି ସେସବୁକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରା ଯାଉଥିବା ଜିଲ୍ଲା ବନ ଅଧିକାରୀ କହିଛନ୍ତି ।ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗକୁ ଗଛ କାଟିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.