ETV Bharat / state

ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଜିଆରପିର ତଦନ୍ତ ଜାରି

ଟ୍ରେନ ଲାଇନରୁ କିଛି ଦୂରରୁ ଯୁବକର ମୃତ ଦେହ ଉଦ୍ଧାର। ଯୁବକର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ମୃତଦେହ ଜବତ କରି ଅନୁସନ୍ଧାନ ଜାରି ରଖିଛି ଜିଆରପି। ଅଧିକ ପଢନ୍ତୁ...

author img

By

Published : Feb 15, 2021, 12:09 PM IST

ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର, ତଦନ୍ତ ଜାରି
ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୁବର୍ଣ୍ଣପୁର: ଟ୍ରେନ ଲାଇନରୁ କିଛି ଦୂରରୁ ଯୁବକର ମୃତ ଦେହ ଉଦ୍ଧାର। ଏଭଳି ଅଘଟଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରାମପୁରରେ। ତେବେ ଟ୍ରେନରେ କଟି ଯୁବକର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଜିଆରପିର ତଦନ୍ତ ଜାରି

ସୋମବାର ସକାଳୁ ରେଳ ବିଭାଗର ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଜଣକ ଡୁଙ୍ଗୁରିପାଲି ନିକଟ ଗଧାପାଳି ଗାଁର ସୁଶୀଲ ବଢ଼େଇ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଜିଆରପି ପହଞ୍ଚି ମୃତଦେହ ଜବତ କରି ଅନୁସନ୍ଧାନ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.