ETV Bharat / state

'ଫନି’ ଫିଅର: ଚିନ୍ତାରେ ଚାଷୀ

ଅସମୟରେ ବର୍ଷା, ପବନ ଯୋଗୁଁ ଆତଙ୍କିତ ଚାଷୀକୂଳ ।  ଫସଲ ଉଜୁଡିଯିବାର ଭୟ ସୃଷ୍ଟି ହୋଇଛି । ଏହାକୁ ଆଖି ଆଗରେ ରଖି ଚାଷୀମାନେ ଯୁଦ୍ଧକାଳୀନ ଭିତ୍ତିରେ କଟା ଯାଇଥିବା ଧାନ ଫସଲ ଖଳାକୁ ଆଣି ପଲିଥିନ ଆଦି ଦେଇ ସୁରକ୍ଷିତ ଭାବେ ରଖିବାର ଚେଷ୍ଟା ଜାରି ରଖିଛନ୍ତି ।

author img

By

Published : May 3, 2019, 3:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ବାତ୍ୟା ‘ଫନି’ ଲ୍ୟାଣ୍ଡଫଲ୍ କରିଛି । ଅସମୟରେ ବର୍ଷା, ପବନ ଯୋଗୁଁ ଆତଙ୍କିତ ଚାଷୀକୂଳ । ଫସଲ ଉଜୁଡିଯିବାର ଭୟ ସୃଷ୍ଟି ହୋଇଛି । ସେଥି ପାଇଁ ଫସଲ ନ ପାଚୁଣୁ ତରବରିଆ ଅମଳ କରି ଘରକୁ ନେଇଯାଉଛନ୍ତି ।

ଚଳିତ ରବି ଋତୁର ଧାନ ଅମଳ ହେବାକୁ ଥିବା ବେଳେ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି । ରବି ଫସଲ ମୁଗ ,ବିରି ,ବାଦାମ ଆଦି ଅମଳ ହୋଇ ସାରିଥିବା ବେଳେ ଡାଳୁଅ ଧାନ ଅମଳ ହେବା ଅବସ୍ଥାରେ ପହଞ୍ଚିଛି । ଏପରିକି ସ୍ବଳ୍ପ ମିଆଦୀ ଧାନକୁ ଚାଷୀ ଅମଳ କରି ଖଳାକୁ ଆଣି ସାରିଥିବା ବେଳେ ଅଧିକାଶଂ ଚାଷୀ ତରବରିଆ ଧାନ କାଟି ଘରକୁ ନେଇ ଯାଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ବାତ୍ୟା ପ୍ରଭାବରେ ବର୍ଷା ହେଲେ ବିଶେଷକରି ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳ ବିନିକା ଓ ଡୁଙ୍ଗୁରି ପାଲିରେ ବ୍ୟାପକ ଧାନ ଫସଲ କ୍ଷତି ହେବାର ସମ୍ଭାବନା ଦେଖା ଦେଇଛି । ଗୁରୁବାର ରାତିର ଝିପି ଝିପି ବର୍ଷାରେ କଟା ହୋଇଥିବା ଧାନ ଫସଲ ସଂପୂର୍ଣ୍ଣ ଭାବେ ଭିଜି ସାରିଛି ।

ଏହାକୁ ଆଖି ଆଗରେ ରଖି ଚାଷୀମାନେ ଯୁଦ୍ଧକାଳୀନ ଭିତ୍ତିରେ କଟା ଯାଇଥିବା ଧାନ ଫସଲ ଖଳାକୁ ଆଣି ପଲିଥିନ ଆଦି ଦେଇ ସୁରକ୍ଷିତ ଭାବେ ରଖୁଛନ୍ତି । ଜିଲ୍ଲା କୃଷି ବିଭାଗ ପକ୍ଷରୁ କୃଷକ ସାଥୀ , ଚାଷୀ ପ୍ରତିନିଧି ଓ କୃଷି କର୍ମଚାରୀମାନଙ୍କୁ ନେଇ ସାମୁଦ୍ରିକ ବାତ୍ୟାର ପ୍ରଭାବରୁ ଧାନ ଫସଲ କିଭଳି ସୁରକ୍ଷା ଦିଆଯାଇ ପାରିବ ସେ ସଂପର୍କରେ ଆଲୋଚନା କରାଯାଉଛି ।

ଚାଷୀମାନଙ୍କ ପାଖରେ କୃଷି ପରାମର୍ଶ ପହଞ୍ଚାଇବା ସାଙ୍ଗକୁ ଯେଭଳି ଧାନ ଫସଲ କ୍ଷୟକ୍ଷତିରୁ ରକ୍ଷା ପାଇବ ସେ ବାବଦକୁ ଚାଷୀମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ଗତକାଲି ରାତିର ବର୍ଷାରେ ଧାନ ଫସଲ ଭିଜି ଯାଇଥିବା ବେଳେ ଅଧିକ ବର୍ଷା ହେଲେ ଧାନ ଫସଲରେ ବ୍ୟାପକ କ୍ଷତି ହେବା ନିଶ୍ଚିତ । ଏଥିପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଥିବା ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ କହିଛନ୍ତି ।

କଠିନ ପରିଶ୍ରମ କରି ଚାଷ କରିଥିବା ଫସଲ ଉପରେ ଏବେ ବାତ୍ୟା ଦାଉ ସାଜିଛି । ଉଜୁଡିବାକୁ ବସିଛି ଫସଲ । ବାତ୍ୟା କବଳରୁ ଫସଲକୁ ରକ୍ଷା କରି କିଭଳି ଅମଳ କରିବେ ସେଇ ଚିନ୍ତା ଘାରିଛି ଚାଷୀଙ୍କୁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.