ETV Bharat / state

ମହାନଦୀରେ କୁମ୍ଭୀର ଆତଙ୍କ, ସଚେତନ କରାଉଛି ପ୍ରଶାସନ

ସୁବର୍ଣ୍ଣପୁର ଜିଲ୍ଲା ମହାନଦୀରେ କୁମ୍ଭୀର ଆତଙ୍କ । ସୋନପୁର ଓ ବୀରମହାରାଜପୁରକୁ ସଂଯୋଗ କରୁଥିବା ମହାନଦୀ ସେତୁର ଉପର ମୁଣ୍ଡରେ କୁମ୍ଭୀର ବୁଲୁଥିବା ଦେଖି ଆତଙ୍କିତ ଗ୍ରାମବାସୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 2:20 PM IST

crocodile terror
crocodile terror
crocodile terror

ସୁବର୍ଣ୍ଣପୁର: ସୋନପୁର ଗଡଜାତ ସହର ପାର୍ଶ୍ୱରେ ପ୍ରବାହିତ ଚିରସ୍ରୋତା ମହାନଦୀରେ କୁମ୍ଭୀର ଆତଙ୍କ । ମହାନଦୀର ବଢି ପାଣିରେ କୁମ୍ଭୀର ବୁଲୁଥିବାରୁ ଭୟଭୀତ ସହରବାସୀ । ଏହାକୁ ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ମହାନଦୀକୁ ନଯିବାକୁ ଅନୁରୋଧ କରାଯାଇଛି ।

ତେବେ ସହରର ମତ୍ସ୍ୟଜୀବୀମାନେ ମଧୁର ଜଳ ମାଛ ମାରିବା ପାଇଁ ହୁଲି ଡଙ୍ଗା ଓ ମାଛ ମାରିବା ଉପକରଣ ଆଦି ନେଇ ମହାନଦୀ ଗର୍ଭକୁ ଯାଇଥାଆନ୍ତି । ହେଲେ ଗତକାଲି ସନ୍ଧ୍ୟାରେ କିଛି ମତ୍ସ୍ୟଜୀବୀ ଓ ଜନସାଧାରଣ ମହାନଦୀ କୂଳର ମହାନଦୀ ସେତୁ ଉପର ମୁଣ୍ଡରେ କୁମ୍ଭୀର ବୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ବନ ବିଭାଗ ଓ ସଦର ପୌର ପରିଷଦକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଓ ସଦର ପୌର ପରିଷଦର ଏକ ସ୍ୱତନ୍ତ୍ର ଦଳ ମତ୍ସ୍ୟଜୀବୀମାନଙ୍କୁ ମହାନଦୀ ଭିତରକୁ ନଯିବା ପାଇଁ ଘରଘର ବୁଲି ଅନୁରୋଧ କରିଥିଲେ । ସେହିପରି ଆଜି ପାହାନ୍ତିଆରୁ ମହାନଦୀର ରାମେଶ୍ୱର ଘାଟ ,କୁମ୍ଭାର ପଡା, ତେନ୍ତୁଳି ଘାଟ, ଦଶମତୀ ଘାଟ, ଶନି ମନ୍ଦିର ଘାଟ, ବ୍ରିଜ୍‌ ଘାଟ ଆଦିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ମହାନଦୀ କୂଳରେ ସ୍ନାନ ଶୌଚ ଆଦି ନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମାଛଧରା ଜାଲରେ ପଡିଲା କୁମ୍ଭୀର ଛୁଆ, ଲୋକେ ଆତଙ୍କିତ

ଗଡଜାତ ସହରରେ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀଙ୍କ ସମେତ 108 ମନ୍ଦିର ରହିଛି । ସହରବାସୀ ଚିତ୍ରୋତ୍ପଳା ମହାନଦୀ ଜଳରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ଶୌଚ ସାରି ଦେବଦେବୀଙ୍କ ପ୍ରାତଃ ଆରତୀ ଦର୍ଶନ କରି ବିଭୂ କୃପା ନେଇ ନିଜ ନିଜର ଦୈନନ୍ଦିନ କର୍ମମୟ ଜୀବନ ଆରମ୍ଭ କରିଥାଆନ୍ତି । ସେହିପରି ଶୈବ ଭକ୍ତ ଓ ଶ୍ରଦ୍ଧାଳୁମାନେ ପଵିତ୍ର ସଙ୍ଗମରେ ସ୍ନାନ କରି ବାବା ରାମେଶ୍ୱର, ଗୋକର୍ଣ୍ଣେଶ୍ୱର, ସୋମନାଥ ଆଦି ପୀଠରେ ଜଳ ଲାଗି କରିଥାଆନ୍ତି । ଉତ୍କଳ ପ୍ରଦେଶର ଏହି ପୂର୍ଣ୍ଣ ଯୌବନା ଚିରସ୍ରୋତା ମହାନଦୀ ଜଳ ବ୍ୟବହାର ପାଇଁ ଏହି ଗଡଜାତ ସହର ଗଢି ଉଠିଥିଲା। ତେବେ ମହାନଦୀର ବଢି ପାଣିରେ କୁମ୍ଭୀର ଭାସି ଆସି ଥିବାରୁ ଏବେ ସହରବାସୀ ଓ ମତ୍ସ୍ୟଜୀବୀ ମାନଙ୍କ ମନରେ ଛନକା ପଶିଛି। ସେହିପରି ମହନଦୀକୁ ଯିବା ପାଇଁ ବନ ବିଭାଗ ଓ ସଦର ପୌର ପରିଷଦ ବାରଣ କରିଥିବାରୁ ଗଡ଼ଜାତବାସୀଙ୍କ ଦୈନନ୍ଦିନ ଜୀବନ ଯାପନରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମହାନଦୀ ଜଳରେ କୁମ୍ଭୀରର ବିଚରଣ ଦୃଶ୍ୟ ମୋବାଇଲରେ ଉତ୍ତୋଳନ କରାଯାଇଥିବାରୁ ଏବେ ସାମାଜିକ ଗଣମାଧ୍ୟମରେ ଜିଲ୍ଲାରେ କୁମ୍ଭୀର ବିଚରଣ ଦୃଶ୍ୟ ମୁଖ୍ୟ ପ୍ରସଙ୍ଗ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.