ETV Bharat / state

ସଙ୍କଟରେ ଘରୋଇ ସ୍କୁଲ, ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ମହାମାରୀ ପାଇଁ ପ୍ରଭାବିତ ଘରୋଇ ବିଦ୍ୟାଳୟ । ପରିସ୍ଥିତି ଏପରି ହୋଇଛି ଯେ ବନ୍ଦ ହେବାକୁ ଯାଉଛି କେତେକ ସ୍କୁଲ । କାହିଁକିନା କୋରୋନା ପାଇଁ ସ୍କୁଲ ଆସୁନାହାଁନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

covid fear: all private school students in Subarnpur in doubtful of future as school may close at any time
ସଙ୍କଟରେ ଘରୋଇ ସ୍କୁଲ,ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
author img

By

Published : Mar 15, 2021, 10:50 PM IST

ସୁବର୍ଣ୍ଣପୁର: ମହାମାରୀ ପାଇଁ ପ୍ରଭାବିତ ଘରୋଇ ବିଦ୍ୟାଳୟ । ପରିସ୍ଥିତି ଏପରି ହୋଇଛି ଯେ ବନ୍ଦ ହେବାକୁ ଯାଉଛି କେତେକ ସ୍କୁଲ । କାହିଁକିନା କୋରୋନା ପାଇଁ ସ୍କୁଲ ଆସୁନାହାଁନ୍ତି ଛାତ୍ରଛାତ୍ରୀ । ଅଭିଭାବକଙ୍କ ଠାରୁ ସ୍କୁଲ ଫି ସଂଗ୍ରହ ହୋଇପାରୁନି । ଫଳରେ ବିଦ୍ୟାଳୟ ଗୁଡିକ ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି । ସଂକ୍ରମଣ ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ମାଟି ମାଡୁ ନାହାଁନ୍ତି । କେବଳ ଅନଲାଇନ ଯୋଗେ କ୍ଲାସ ଚାଲିଛି। ଅନଲାଇନ ପାଠପଢା ବି ଠିକ ଭାବରେ ହେଉ ନଥିବା ଅଭିଯୋଗ ହୋଇଛି । ସେପଟେ, ସୁବର୍ଣ୍ଣପୁରରେ ପ୍ରାୟ 20ରୁ ଅଧିକ ଘରୋଇ ସ୍କୁଲ ଉଦଘାଟନ ଅପେକ୍ଷାରେ ରହିଛି ।

ସଙ୍କଟରେ ଘରୋଇ ସ୍କୁଲ,ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ପାଠପଢା ପାଇଁ ପ୍ରାୟ 900ରୁ ଅଧିକ ବିଦ୍ୟାଳୟ ରହିଛି । ସେଥିମଧ୍ୟରୁ 196ଟି ଘରୋଇ ବିଦ୍ୟାଳୟ ରହିଛି। 5 ବର୍ଷ ମଧ୍ୟରେ ଖୋଲି ଥିବା ସ୍କୁଲ ଗୁଡିକ ବନ୍ଦ ହେବା ଅବସ୍ଥାରେ ରହିଛି । ଆଉ କିଛି ବିଦ୍ୟାଳୟ ନିୟମିତ ଭାବରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦରମା ଦେଇପାରୁ ନାହାଁନ୍ତି । ଯାହାକୁ ନେଇ ନିରାଶ ହୋଇ ପଡିଛନ୍ତି ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀ ।

ମାହାମାରୀ ପାଇଁ ଗତ ବର୍ଷ ମାର୍ଚ୍ଚ 17ରୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ଅନଲାଇନରେ କ୍ଲାସ କରୁଛନ୍ତି । ଗତକିଛିଦିନ ହେବ ନବମ ଓ ଦଶମ ଶ୍ରେଣୀର ପାଠ ପଢା ଜାରି ରହିଛି । ତେବେ, ଘରୋଇ ସ୍କୁଲ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.