ETV Bharat / state

କୋରୋନା ମୁକାବିଲା: ବଜାରକୁ ସ୍ଥାନାନ୍ତର କଲା ପୌର ପରିଷଦ - Corona awareness

ସହରର ମଝିପଡାର ଦୈନିକ ବଜାରକୁ ସ୍ଥାନୀୟ ଗାନ୍ଧୀ ପଡିଆକୁ ସ୍ଥାନାନ୍ତରିତ । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସଦର ପୌର ପରିଷଦ ଏହି ନିଷ୍ପତ୍ତି ନେଇଛି ।

od_son_ municipal council relocated market
କୋରୋନା ମୁକାବିଲା: ବଜାରକୁ ସ୍ଥାନାନ୍ତର କଲା ପୌର ପରିଷଦ
author img

By

Published : Mar 24, 2020, 9:44 PM IST

ସୁବର୍ଣ୍ଣପୁର: ସହରର ମଝିପଡାର ଦୈନିକ ବଜାରକୁ ସ୍ଥାନୀୟ ଗାନ୍ଧୀ ପଡିଆକୁ ସ୍ଥାନାନ୍ତରିତ କରାଯାଇଛି । ଏଣିକି ମଙ୍ଗଳବାର ବଜାର ବି ଗାନ୍ଧୀ ପଡିଆରେ ବସୁଛି । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସଦର ପୌର ପରିଷଦ ଏହି ନିଷ୍ପତ୍ତି ନେଇଛି ।

କୋରୋନା ମୁକାବିଲା: ବଜାରକୁ ସ୍ଥାନାନ୍ତର କଲା ପୌର ପରିଷଦ

ମଙ୍ଗଳବାର ସାପ୍ତାହିକ ବଜାରରେ ବ୍ୟବସାୟୀମାନେ ସାମାଜିକ ଦୂରତ୍ବ ରକ୍ଷା କରି ବ୍ୟବସାୟ କରୁଥିବା ପରିଲକ୍ଷିତ ହୋଇଥିଲା। ହେଲେ ଗ୍ରାହକ ମାନେ ସାମାଜିକ ଦୂରତ୍ବ ପ୍ରତି ଧ୍ୟାନ ଦେଇ ନଥିଲେ । ପସରା ଗୁଡ଼ିକରେ ଗ୍ରାହକ ମାନେ ରୁଣ୍ଡ ହୋଇ ବିଭିନ୍ନ ଦ୍ରବ୍ୟ କିଣୁଥିବା ଦେଖିବାକୁ ମିଳିଥିଲା । ତେବେ ଆଜିର ବଜାର ଅଭିଜ୍ଞତାରୁ ପ୍ରଶାସନ ସାପ୍ତାହିକ ବଜ଼ାର ବନ୍ଦ କରିବାର ସମ୍ଭାବନା ରହିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.