ETV Bharat / state

ଅସହ୍ୟ ତେଲ ତାତି, ମହଙ୍ଗା ଚାପରେ ଖାଉଟି ଅଣନିଶ୍ବାସୀ

author img

By

Published : Feb 22, 2021, 5:10 PM IST

Updated : Feb 22, 2021, 7:55 PM IST

ତେଲ ବଜାରରେ ନିଆଁ । ଆଉ ଏହାର ପ୍ରଭାବରେ ବିଗିଡିଛି ଖାଉଟିଙ୍କ ବଜେଟ । ପରିବହନ ଖର୍ଚ୍ଚ ବଢୁଥିବାରୁ ନାକେଦମ ବେପାରୀ ।

ମହଙ୍ଗା ଚାପରେ ଖାଉଟି ଅଣନିଶ୍ବାସୀ
ମହଙ୍ଗା ଚାପରେ ଖାଉଟି ଅଣନିଶ୍ବାସୀ

ସୁବର୍ଣ୍ଣପୁର: ଖାଉଟିଙ୍କୁ ମହଙ୍ଗା ମାଡ । ଦରଦାମ ବୃଦ୍ଧି ଯୋଗୁଁ ବିଗୁଡିଛି ଘରୋଇ ବଜେଟ । ଅହେତୁକ ତୈଳ ମୂଲ୍ୟର ପ୍ରଭାବ ଏବେ ସିଧାସଳଖ ହାଣ୍ଡିଶାଳରେ ପଡିଛି । ପେଟ୍ରୋଲ, ଡିଜେଲ ଦର ବଢିବାରୁ ବଢୁଛି ପରିବହନ ଖର୍ଚ୍ଚ । ଫଳରେ ସାମଗ୍ରୀ ଉପରେ ଦରବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁବର୍ଣ୍ଣପୁରବାସୀ ।

ଅସହ୍ୟ ତେଲ ତାତି, ମହଙ୍ଗା ଚାପରେ ଖାଉଟି ଅଣନିଶ୍ବାସୀ

ସୁବର୍ଣ୍ଣପୁର ସହର ସମେତ ସବୁ ଦୈନିକ ଓ ସାପ୍ତାହିକ ବଜାରରେ ଏବେ ପରିବା ଦାମରେ ବୃଦ୍ଧି ପାଇଛି । ଜିଲ୍ଲାର ଉତ୍ପାଦିତ ପନିପରିବାର ଦର ଅପରବର୍ତ୍ତିତ ରହିଥିବାବେଳେ ପଡୋଶୀ ଜିଲ୍ଲା କିମ୍ବା ରାଜ୍ୟରୁ ଆମଦାନୀ ହେଉଥିବା ପନିପରିବାର ଧୀରେ ଧୀରେ ଦାମ ବଢୁଛି । ପ୍ରାୟ 80 ପ୍ରତିଶତ ପରିବା ଚାଷ ଜିଲ୍ଲାରେ କରାଯାଏ ଏବଂ ବଳକା 20 ପ୍ରତିଶତ ରାୟପୁର, ବଲାଙ୍ଗୀର, ବରଗଡ ଭଳି ଜିଲ୍ଲାରୁ ଅଣାଯାଇଥାଏ ।

ଉଲୁଣ୍ଡା ଓ ବିରମହାରାଜପୁର ବ୍ଲକରେ ବ୍ୟାପକ ପରିମାଣରେ ପନିପରିବା ଚାଷ କରାଯାଏ । ଏବେ କୋବି, ଟମାଟୋ, ବନ୍ଧା କୋବି, ବାଇଗଣ, କଲରା, ମୂଳା ଆଦି ପ୍ରାୟ ଜିଲ୍ଲାର ସମସ୍ତ ଦୈନିକ ଓ ସାପ୍ତାହିକ ହାଟରେ ବିକ୍ରି ହେଉଛି । ଫଳରେ ସ୍ଥାନୀୟ ଉତ୍ପାଦିତ ପନିପରିବା ଦର ଶସ୍ତା ରହିଛି ବୋଲି ଖାଉଟି କହିଛନ୍ତି । ମାତ୍ର ବାହାର ଜିଲ୍ଲାରୁ ଆସୁଥିବା ବିନ୍ସ , ସିମଳା ଲଙ୍କା ,ବ୍ରାକୋଳି , ହାଇବ୍ରିଡ ପନିପରିବା ଦର ଟଙ୍କାଏରୁ 5 ଟଙ୍କାକୁ ବୃଦ୍ଧି ହୋଇଛି ।

ଗତ 11 ଦିନ ଧରି ସୁବର୍ଣ୍ଣପୁରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରବର୍ତ୍ତନ ଆସିଛି । ଲିଟର ପିଛା 6 ରୁ 7 ଟଙ୍କାକୁ ବୃଦ୍ଧି ପାଇଛି ତୈଳ ମୂଲ୍ୟ । ଫଳରେ ମହଙ୍ଗା ହେଉଛି ପରିବହନ ବ୍ୟବସ୍ଥା । ସେପଟେ, ପରିବହନ ଖର୍ଚ୍ଚ ବଢୁଥିବାରୁ ନାକେଦମ ବେପାରୀ । ଅନ୍ୟପଟେ, ବିଦ୍ୟୁତ ଅଭାବରୁ ଜିଲ୍ଲାର କେତେକ ଚାଷୀ ଡିଜେଲ ପାଣି ପମ୍ପ ଓ ପରିବହନ ପାଇଁ ଡିଜେଲ ଚାଳିତ ଟ୍ରଲି ବ୍ୟବହାର କରୁଛନ୍ତି । ମହଙ୍ଗା ତେଲ ପ୍ରହାରର ପ୍ରଭାବିତ ହୁଏ କୃଷି ଅର୍ଥନୀତି । ଆଉ ଏଥିଯୋଗୁଁ ସିଧାସଳଖ ଭାବେ ଖାଉଟିଙ୍କୁ ସହିବାକୁ ପଡେ ଅଧିକ କ୍ଷତି । '

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Feb 22, 2021, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.