ETV Bharat / state

ବେରୋଜଗାରୀ ସମସ୍ଯା ନେଇ କଂଗ୍ରେସର ବିକ୍ଷୋଭ

author img

By

Published : Aug 2, 2021, 2:39 PM IST

ବେରୋଜଗାରୀ ସମସ୍ଯା ନେଇ ବିକ୍ଷୋଭ। ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....

congress strike in subarnapur
ବେରୋଜଗାରୀ ସମସ୍ଯା ନେଇ କଂଗ୍ରେସ ବିକ୍ଷୋଭ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ବରେ କଂଗ୍ରେସ କମିଟିର ସଭ୍ୟ ଓ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଦିନକୁ ଦିନ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ସଂଖ୍ୟା ବଢି ବଢି ଯାଉଥିବା ବେଳେ ନିଯୁକ୍ତି ପ୍ରଦାନରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ।

ବେରୋଜଗାରୀ ସମସ୍ଯା ନେଇ କଂଗ୍ରେସ ବିକ୍ଷୋଭ

ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଯୁବକ ଯୁବତୀମାନେ ଶିକ୍ଷା ସମାପ୍ତ କରିବା ବେଳକୁ ପ୍ରାୟ ଜୀବନର 30 ବର୍ଷ ଅତିକ୍ରମ କରୁଛନ୍ତି । ତେବେ ସରକାରୀ ନିଯୁକ୍ତି ପାଇଁ ସରକାର ସର୍ବାଧିକ ବୟସ ସୀମା 32 ରଖିଥିବା ବେଳେ ଏହାକୁ ବଢାଇ 42 ବର୍ଷ ପର୍ଯ୍ୟନ୍ତ କରିବାକୁ ଦାବି କରିଛନ୍ତି ।

ସେହିପରି ଜିଲ୍ଲାରେ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ବଢି ବଡି ଚାଲିଥିବା ବେଳେ ବେସରକାରୀ ସ୍ତରରେ ବି ଜିଲ୍ଲା ପ୍ରଶାସନ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏକମାତ୍ର ସୂତାକଳ ବନ୍ଦ ହୋଇଯିବା ପରେ ଶ୍ରମିକମାନେ ବି ଘରେ ବସି ରହିଛନ୍ତି । ତେବେ ସରକାରୀ ହେଉ ଅବା ବେସରକାରୀ ଉଭୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ତେବେ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନ ଭୟାବହ କରିବେ ବୋଲି ଚେତାବନୀ ଦେବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.