ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫେଲ ମାରିଛି ପରିଷ୍କାର ପରିଚ୍ଛନ୍ନତା

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ମୋତେ ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସ୍ବାସ୍ଥ୍ୟ ବିଭାଗର ପରିଷ୍କାର ପରିଛନ୍ନତା କାର୍ଯ୍ୟ । ଚିକିତ୍ସାଳୟର ଉତ୍ତର ପାର୍ଶ୍ବରେ ଥିବା ଫାଟକ ଆଗରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଥିବା ବେଳେ କେବେ କେମିତି ଅଳିଆ ସଫା କରାଯାଉଛି । ଅଧିକ ପଢନ୍ତୁ

author img

By

Published : Nov 22, 2021, 10:46 PM IST

Subarnapur
Subarnapur

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ମୋତେ ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସ୍ବାସ୍ଥ୍ୟ ବିଭାଗର ପରିଷ୍କାର ପରିଛନ୍ନତା କାର୍ଯ୍ୟ । ଚିକିତ୍ସାଳୟର ଉତ୍ତର ପାର୍ଶ୍ବରେ ଥିବା ଫାଟକ ଆଗରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଥିବା ବେଳେ କେବେ କେମିତି ଅଳିଆ ସଫା କରାଯାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫେଲ ମାରିଛି ପରିଷ୍କାର ପରିଚ୍ଛନ୍ନତା

ସେହିପରି ଚିକିତ୍ସାଳୟ ପରିସର ଭିତରେ ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ଅଳିଆ, ରନ୍ଧନ ସାମଗ୍ରୀ ଅଳିଆ ସହିତ ବାୟୋମେଡିକାଲ ୱେଷ୍ଟରେ ପରିପୂର୍ଣ୍ଣ ହୋଇଛି । ରୋଗୀମାନଙ୍କ ପାଇଁ ବ୍ୟବହାର ହେଉଥିବା ଔଷଧ, ସାଲାଇନ ,ସିରିଞ୍ଜ ,ଗଜକନା ଆଦିର ଆବର୍ଜନା ଦୀର୍ଘ ଦିନ ଯାଏଁ ପଡି ରହୁଛି । ଫାଟକ ନିକଟରେ ଥିବା ଶବ ସଂରକ୍ଷଣ ଗୃହ ଆଗରେ ବି ପର୍ବତ ପ୍ରମାଣେ ଅଳିଆ ଆବର୍ଜନା ପଡି ରହିଛି । ଚିକିତ୍ସାଳୟ କର୍ତ୍ତୃପକ୍ଷ ଏହି ଆବର୍ଜନା ଓ ମେଡିକାଲ ୱେଷ୍ଟକୁ ପରିଚାଳନା କରିବାରେ ବିଫଳ ହେଉଥିବା ବେଳେ ପୌର ପରିଷଦ ବି ନୀରବଦ୍ରଷ୍ଟା ସାଜିଛି ।

ଚିକିତ୍ସାଳୟ ଭିତରେ ପରିଷ୍କାର ପରିଛନ୍ନ କରାଯାଉଥିବା ବେଳେ ଚିକିତ୍ସାଳୟ ପରିସର ଭିତରେ ଦୀର୍ଘ ଦିନ ଧରି ଆବର୍ଜନା ପଡି ରହୁଥିବାରୁ ତାହା ପରିବେଶ ପ୍ରଦୂଷିତ କରିବା ସାଙ୍ଗକୁ ଦୁର୍ଗନ୍ଧ ହେଉଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକରେ ଆବର୍ଜନା ପରିଚାଳନା ପାଇଁ ଅନେକବାର ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲେ ବି ତାହା କାର୍ଯ୍ୟକାରୀ କରାଯାଉ ନାହିଁ । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକରେ ପ୍ରତିଦିନ ଆବର୍ଜନା ସଫା କରିବା ପାଇଁ ପୌର ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି ।

ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଦିନ ଅଳିଆ ସଫା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.