ସୁବର୍ଣ୍ଣପୁର: ଜିଲ୍ଲାରେ କେଉଟ ସମ୍ପ୍ରଦାୟର ଅଭିଭାବକମାନେ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଛନ୍ତି । ଶନିବାର ସୁବର୍ଣ୍ଣପୁର ଜିଲ୍ଲା ରକସା ଗ୍ରାମ ପଞ୍ଚାୟତର ହିଙ୍ଗମା ଗାଁର କେଉଟ ସମ୍ପ୍ରଦାୟର ଅଭିଭାବକମାନେ ଜାତିଗତ ପ୍ରମାଣପତ୍ର ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଛନ୍ତି।
ସୂଚନା ଅନୁଯାୟୀ, ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ଛତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ 1965 ମସିହାରୁ କେଉଟ ସମ୍ପ୍ରଦାୟର ଲୋକେ ଅନୁସୂଚିତ ଜାତି ପ୍ରମାଣ ପତ୍ର ପାଇଛନ୍ତି। ଏପରିକି ଗତ ତିନି ମାସ ତଳେ ଉଲୁଣ୍ଡା ତହସିଲଦାର ଜାତିଗତ ପ୍ରମାଣ ପତ୍ର ଦେଇଛନ୍ତି । ହେଲେ ଗୋଟିଏ ପରିବାରର ଜଣକୁ ଦେଇଥିବା ବେଳେ ଅନ୍ୟ ଜଣକୁ ଦେବା ପାଇଁ ମନା କରୁଥିବା ଅଭିଯୋଗ ହୋଇଛି ।
କେଉଟ ସମ୍ପ୍ରଦାୟର ଅନେକ ପରିବାର ଜାତିଗତ ପ୍ରମାଣ ପତ୍ର ପାଇଥିବା ବେଳେ ଏବେ ତହସିଲଦାର ପ୍ରମାଣ ପତ୍ର ଦେବା ପାଇଁ ମନା କରୁଥିବା ଅଭିଯୋଗ ହେଉଛି । ପ୍ରାୟ 60ଟି ପରିବାରର ଲୋକେ ପ୍ରମାଣ ପତ୍ର ପାଉ ନାହାଁନ୍ତି । ପଟ୍ଟାଗୁଡିକରେ ଜାତି କେଉଟ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । ତଥାପି କିଛି ଲୋକଙ୍କୁ ମିଳିଥିବା ବେଳେ କିଛି ଲୋକଙ୍କୁ ପ୍ରମାଣପତ୍ର ଦେବା ପାଇଁ ମନା କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେଵାକୁ ଅଭିଭାବକମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଛନ୍ତି ।
ତେବେ 15ଦିନ ଭିତରେ ପ୍ରମାଣ ପତ୍ର ନ ଦେଲେ ଆନ୍ଦୋଳନ ଭୟାବହ କରିବେ ବୋଲି ଅଭିଯୋଗକାରୀ ପ୍ରଶାସନକୁ ଧମକ ଦେଇଛନ୍ତି । ଅପରପକ୍ଷରେ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେଵାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ