ସୋନପୁର: ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ଶଗଡା ମନମୁଣ୍ଡାରୁ ସୁବର୍ଣ୍ଣପୁର ସହର । ସହର ଦେଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ମାଫିଆ । କଣ୍ଟାମାଲ ଓ ବୌଦ୍ଧ ସଦର ବ୍ଳକର ଅଭ୍ୟନ୍ତରୀଣ ଅଞ୍ଚଳରୁ ମନମୁଣ୍ଡା ସୁବର୍ଣ୍ଣପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି । ସୋମବାର ଅପରାହ୍ନରେ ଜିଲ୍ଲା ଅବକାରୀ ବିଭାଗ ଏକ କ୍ବିଇଣ୍ଟାଲ ଗଞ୍ଜେଇ ଜବତ ସହ ତିନିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଦିନକୁ ଦିନ ଗଞ୍ଜେଇ କାରବାର ଜିଲ୍ଲାରେ ବୃଦ୍ଧି ହେଉଥିବାବେଳେ, କେଉଁ ପରିସ୍ଥିତିରେ ଗଞ୍ଜେଇ ଚୋରା ଚାଲାଣକାରୀ ଜିଲ୍ଲା ପୋଲିସ ହାତରୁ ଖସିଯାଇ ଏହି କାରବାର କରୁଛନ୍ତି ତାହା ଏକ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ବଳଦେବ ବେଦବାଗ । ତେବେ STF ଆସିଲେ ଜିଲ୍ଲାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ ହେଉଛି ।
କିନ୍ତୁ ସୁବର୍ଣ୍ଣପୁର ପୋଲିସ ବହୁତ କମ ସଂଖ୍ୟକ ଗଞ୍ଜେଇ ଜବତ କରୁଛି କାହିଁକି, ଏନେଇ ଆଖି ଦୃଷ୍ଟିଆ ପଦକ୍ଷପ ନେଉନଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ । ତେବେ ପୋଲିସର ଜାଣତରେ ଗଞ୍ଜେଇ ଚୋରାଚାଲାଣ ହେଉଥି ନାହିଁତ, ଏପରି ପ୍ରଶ୍ନ କରି ତଦନ୍ତ ପାଇଁ ଦାବି କରିଛନ୍ତି ଆଇନଜୀବୀ ।