ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ପକ୍ଷରୁ ଆଜି(ଶନିବାର) ଚକା ଜାମ ଆନ୍ଦୋଳନ କରାଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଚକା ବନ୍ଦ ଆନ୍ଦୋଳନରେ ସାମିଲ ହୋଇ ସଦର ମହକୁମାର ସବୁ ପ୍ରବେଶ ପଥକୁ ଅବରୋଧ କରିଛନ୍ତି। ଚାଷୀଙ୍କ ପାଖରୁ ଧାନ ସଂଗ୍ରହରେ କ୍ବିଣ୍ଟାଲ ପିଛା 3 କେଜିରୁ 5 କେଜି ଯାଏଁ କଟନୀ କରାଯାଉଥିବା ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଚାଷୀ ଶୋଷଣରୁ ପ୍ରଶାସନ, ମିଲର୍ସ ନିବୃତ୍ତ ରହିବାକୁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛନ୍ତି। ଚକା ଜାମ ଆନ୍ଦୋଳନ ଯୋଗୁଁ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନ 3 ଘଣ୍ଟା ପାଇଁ କରାଯାଇଥିବା ବିଜେପି ସୂଚନା ଦେଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ