ETV Bharat / state

ପାଣିଚିଆ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଆନ୍ଦୋଳନ ଚେତାବନୀ ଦେଲା ବିଜେପି - ଆନ୍ଦୋଳନ ପାଇଁ ସୁବର୍ଣ୍ଣପୁର ବିଜେପି ଚେତାବନୀ

ପାଣିଚିଆ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ନିର୍ମାଣ ହୋଇପାରୁନି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା । ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ବିଜେପି । ଅଧିକ ପଢନ୍ତୁ

ପାଣିଚିଆ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଆନ୍ଦୋଳନ ଚେତାବନୀ ଦେଲା ବିଜେପି

author img

By

Published : Jan 25, 2022, 3:31 PM IST

ସୁବର୍ଣ୍ଣପୁର: ଆଜକୁ ପ୍ରାୟ ତିନି ବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ 55 କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ଘୋଷଣା କରାଯାଇଥିଲା । ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବାରମ୍ବାର ଦାବି ଓ ଆପତ୍ତି କରାଯାଉଥିଲେ ହେଁ ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ପାରିନାହିଁ । ଏନେଇ ରାଜନୈତିକ ଇଛାଶକ୍ତିର ଅଭାବ ଥିବା ଅଭିଯୋଗ କରିଛି ବିଜେପି ।

ପାଣିଚିଆ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଆନ୍ଦୋଳନ ଚେତାବନୀ ଦେଲା ବିଜେପି

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାବାସୀଙ୍କ ସମେତ ପଡୋଶୀ ବୌଦ୍ଧ ଜିଲ୍ଲାର ପ୍ରାୟ 20ଟି ପଞ୍ଚାୟତବାସୀ ନିର୍ଭର କରୁଛନ୍ତି । ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବରୁ ଅନେକ ସମୟରେ ଚିକିତ୍ସାଳୟର ବାରଣ୍ଡାରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ ପଦ ପଦବୀ ପୂରଣ ଅବା ଭିତ୍ତିଭୂମିର ବିକାଶ ହୋଇ ପାରୁନଥିବାରୁ ଜନସାଧାରଣ ଖୁବ୍ ହଇରାଣ ହେଉଛନ୍ତି । ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ର ନିକଟରେ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ପାଇଁ ଜମି ମଧ୍ୟ ଯୋଗାଇ ଦିଆଯାଇଛି । ଦୀର୍ଘ ଦିନ ପରେ ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ରର କୋଠା ନିର୍ମାଣ ହୋଇଥିବା ବେଳେ ଏବେ ତାହା ମଧ୍ୟ କୋଭିଡ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଇଛି ।

ଚିକିତ୍ସାଳୟର ନୂତନ କୋଠା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅର୍ଥ ମଞ୍ଜୁର କରାଯାଇଥିବା ଉଲ୍ଲେଖ କରିଥିଲେ । ହେଲେ କୋଠା ନିର୍ମାଣ ଆରମ୍ଭ କରାଯାଇ ପାରିନାହିଁ । ତେବେ ତୁରନ୍ତ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କରିବାକୁ ଜିଲ୍ଲା ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ବିକ୍ଷୋଭ ପାଇଁ ଚେତାବନୀ ଦେଇଛି ବିଜେପି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.