ସୁବର୍ଣ୍ଣପୁର: ଜିଲ୍ଲା ବଜେପି ପକ୍ଷରୁ ନାଗରିକ ସଂଶୋଧନ ବିଲ ବା କା ସମର୍ଥନରେ ଏକ ଜନ ଜାଗରଣ ଯାତ୍ରା ଓ ସାଧାରଣ ସଭା ଆୟୋଜିତ ହୋଇଯାଇଛି। ଜିଲ୍ଲା ବଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ସହରର ଟାଉନ ହଲଠାରୁ ବାହାରି ସହର ପରିକ୍ରମା କରିବା ପରେ ସଭାସ୍ଥଳକୁ ପହଞ୍ଚିଥିଲା।
ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାରାଣୀ ପଣ୍ଡା , ରୁଦ୍ର ନାରାୟଣ ପାଣି ପ୍ରମୁଖ ଯୋଗଦେଇ ଏହି ବିଲ ସମର୍ଥନରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ଏହି ଜାଗରଣ ଯାତ୍ରା ଓ ସଭାରେ ଜିଲ୍ଲାସ୍ତରୀୟ ବିଜେପି ନେତାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ