ସୁବର୍ଣ୍ଣପୁର: ନୟାଗଡ଼ର ପରୀ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି (ମଙ୍ଗଳବାର) ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ବିଜେପି କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ବିଜେପି ପକ୍ଷରୁ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହିତ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି ଗିରଫ କରିବା ପାଇଁ ଦାବି କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଅନ୍ୟତମ ଅଭିଯୁକ୍ତ ବୋଲି ଅଭିଯୋଗ କରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।
![ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ](https://etvbharatimages.akamaized.net/etvbharat/prod-images/od-son-01-bjp-agitation-avb-od10013_01122020202614_0112f_1606834574_253.png)
![ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ](https://etvbharatimages.akamaized.net/etvbharat/prod-images/od-son-01-bjp-agitation-avb-od10013_01122020202614_0112f_1606834574_959.png)
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ