ETV Bharat / state

ଗାଁ ଗାଁ ବୁଲି RTPCR ଟେଷ୍ଟ କରିବାକୁ ବିଜେପିର ଦାବି

author img

By

Published : May 17, 2021, 1:23 PM IST

ସୁବର୍ଣ୍ଣପୁରରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଁ ଗାଁକୁ ଯାଇ ଆରଟିପିସିଆର ପରୀକ୍ଷା କରିବାକୁ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ଗାଁ ଗାଁ ବୁଲି ଆରଟିପିସିଆର ଟେଷ୍ଟ କରିବାକୁ ବିଜେପିର ଦାବି

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀର ଦ୍ବିତୀୟ ଲହରରେ ଜିଲ୍ଲାରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1791 ଜଣ ବ୍ୟକ୍ତି ସଂକ୍ରମିତ ହୋଇସାରିଛନ୍ତି । ତେବେ ଆଜି ପୁଣି 245 ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି ।

ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଆରଟିପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । କିନ୍ତୁ ଏହି ଘୋଷଣା, ଘୋଷଣାରେ ହିଁ ସୀମିତ ରହିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । କୋଭିଡ-19 ଅସ୍ଥାୟୀ ସ୍ବାାସ୍ଥ୍ୟ କେନ୍ଦ୍ରରେ ଡିଜିଟାଲ ଏକ୍ସ-ରେ ମେସିନ, ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର ଆଦିର ବ୍ୟବସ୍ଥା କରିବା ସହିତ 11 ଜଣ ଡାକ୍ତର ଓ ଷ୍ଟାଫ ନର୍ସ ନିଯୁକ୍ତି ଦେବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ବାରମ୍ବାର ଦାବୀ ହେଉ ଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି ।

ଏବେ ଗାଁ ଗହଳିରେ ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ମୋବାଇଲ ଭ୍ୟାନ ଗାଁ ଗାଁକୁ ଯାଇ ଲୋକଙ୍କ ଆରଟିପିସିଆର ପରୀକ୍ଷା କରିବା ସହ ପ୍ରତିଟି ପଞ୍ଚାୟତରେ ସଂଗରୋଧ କେନ୍ଦ୍ର ଓ ପ୍ରତିଟି ବ୍ଳକରେ ଅସ୍ଥାୟୀ କୋଭିଡି ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ଦାବୀ ହେଉଛି । ତେବେ ମହାମାରୀ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନ ନେଇ କେବଳ ଘୋଷଣା କଲେ ଲୋକେ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇବେ ନାହିଁ ବୋଲି ଜିଲ୍ଲା ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.