ETV Bharat / state

ବିପର୍ଯ୍ୟସ୍ତ ଅବସ୍ଥାରେ ସୁବର୍ଣ୍ଣପୁର ବସଷ୍ଟାଣ୍ଡ, ବିଜେପିର ଆନ୍ଦୋଳନ ଚେତାବନୀ - ବିପର୍ଯ୍ୟସ୍ତ ଅବସ୍ଥାରେ ସୁବର୍ଣ୍ଣପୁରର ବସଷ୍ଟାଣ୍ଡ

ହାଇଟେକ ବସଷ୍ଟାଣ୍ଡ ନିର୍ମାଣ ନେଇ ତେଜିଲା ଦାବି । ସହରକୁ ଦୈନିକ ଶହଶହ ଜନସାଧାରଣ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଛନ୍ତି । ହେଲେ ବସଷ୍ଟାଣ୍ଡରେ ଯାତ୍ରୀ ଓ ପର୍ଯ୍ୟଟକମାନେ ସମ୍ମୁଖୀନ ହେଉଥିବା କୌଣସି ପ୍ରକାର ସମସ୍ୟାରେ ଏଯାଏ ସୁଧାର ଆସି ପାରିନାହିଁ। ଯାହାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ଜିଲ୍ଲା ବିଜେପି। ଅଧିକ ପଢ଼ନ୍ତୁ

bjp demands for new bus stop in subarnapur
ବିପର୍ଯ୍ୟସ୍ତ ଅବସ୍ଥାରେ ସହରର ବସଷ୍ଟାଣ୍ଡ, ବିଜେପିର ଆନ୍ଦୋଳନ ଚେତାବନୀ
author img

By

Published : Feb 6, 2022, 6:15 PM IST

ସୁବର୍ଣ୍ଣପୁର: ହାଇଟେକ ବସଷ୍ଟାଣ୍ଡ ନିର୍ମାଣ ନେଇ ତେଜିଲା ଦାବି । ସହରକୁ ଦୈନିକ ଶହ ଶହ ଜନସାଧାରଣ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଛନ୍ତି । ହେଲେ ବସଷ୍ଟାଣ୍ଡରେ ଯାତ୍ରୀ ଓ ପର୍ଯ୍ୟଟକମାନେ ସମ୍ମୁଖୀନ ହେଉଥିବା କୌଣସି ପ୍ରକାର ସମସ୍ୟାରେ ଏଯାଏ ସୁଧାର ଆସି ପାରିନାହିଁ। ଯାହାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ଜିଲ୍ଲା ବିଜେପି।

ବିପର୍ଯ୍ୟସ୍ତ ଅବସ୍ଥାରେ ସହରର ବସଷ୍ଟାଣ୍ଡ, ବିଜେପିର ଆନ୍ଦୋଳନ ଚେତାବନୀ

ସୁବର୍ଣ୍ଣପୁର ଜିଲ୍ଲା ଐତିହାସିକ କିର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ। ତେଣୁ ହଜାର ହଜାର ପର୍ଯ୍ୟଟନ ଏଠାକୁ ଆସିଥାନ୍ତି। ହେଲେ ଜିଲ୍ଲାରେ ଥିବା ବସଷ୍ଟାଣ୍ଡ ଗୁଡ଼ିକରେ ରହିଛି ସର୍ବନମ୍ନ ସୁବିଧା। ପୁରୁଣା ଯାତ୍ରୀ ବିଶ୍ରାମାଗାରଟି ଭୂତକୋଠିରେ ପରିଣତ ହୋଇ ସାରିଛି। ବିଶ୍ରାମାଗାରରେ ଆଜି ପର୍ଯ୍ୟନ୍ତ ବିଜୁଳି,ପାନୀୟ ଜଳ,ଚୌକି ଓ ସୂଚନା କେନ୍ଦ୍ର ଆଦିର ବ୍ୟବସ୍ଥା ନଥିବା ବେଳେ ମାଗଣା ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ। ଯାହା ଫଳରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ କୌଣସି ଯୋଜନା କରାଯାଇ ପାରୁନାହିଁ ।

ରାଜ୍ୟ ସରକାର 2017 ମସିହାରେ ସୁବର୍ଣ୍ଣପୁରରେ ହାଇଟେକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଘୋଷଣା କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର ହୋଇଥିବା ବିଜେପି ଅଭିଯୋଗ କରିଛି । ତେଣୁ ସହରର ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିଜେପି ଦାବି କରିଛି । ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.