ETV Bharat / state

ଦେବଶିଳ୍ପୀଙ୍କ ଆରଧନାରେ ମୁଖରିତ ସୁବର୍ଣ୍ଣପୁର - biswakarma puja celebrate

ସୁବର୍ଣ୍ଣପୁର ସହରରେ ମହାସମାରୋହରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଆରଧନା କରାଯାଇଛି । ଶିଳ୍ପ ଅନୁଷ୍ଠାନ ମାନଙ୍କରେ ବଡ ଧୁମଧାମରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ସାରା ସହର ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 17, 2019, 11:45 PM IST

ସୁବର୍ଣ୍ଣପୁର: ଆଜି ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା । ଦେବଶିଳ୍ପୀଙ୍କ ଆରଧନାରେ ଉତ୍ସବମୁଖର ହୋଇ ଉଠିଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ମାନଙ୍କରେ ବଡ ଧୁମଧାମରେ କରାଯାଇଛି ପୂଜାର୍ଚ୍ଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସହରର ସ୍ପିନିଂ ମିଲ, ବିଦ୍ୟୁତ ବିଭାଗ, ଜଳ ଓ ପରିମଳ ବିଭାଗ, ସହରାଞ୍ଚଳ ଜଳ ଯୋଗାଣ ବିଭାଗ , ଉଠା ଜଳସେଚନ ବିଭାଗ ଆଦିରେ ମହାସମାରୋହରେ ଦେବ ଶିଳ୍ପୀଙ୍କ ପୂଜା କରାଯାଇଛି । ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜାକଜମକରେ ଦେବଶିଳ୍ପୀଙ୍କୁ ଆବାହନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରରେ ଆଜି ମହାସମାରୋହରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆରାଧନା କରା ଯାଇଛି। ବିଶେଷକରି ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ବେଶ ଧୁମଧାମରେ ପୂଜା କରାଯାଇଛି । ସହରର ସ୍ପିନିଂ ମିଲ , ବିଦ୍ୟୁତ ବିଭାଗ , ଜଳ ଓ ପରିମଳ ବିଭାଗ , ସହରାଞ୍ଚଳ ଜଳ ଯୋଗାଣ ବିଭାଗ , ଉଠା ଜଳସେଚନ ବିଭାଗ ଆଦିରେ ମହାସମାରୋହରେ ଦେବ ଶିଳ୍ପୀଙ୍କ ପୂଜା କରାଯାଇଛି ।ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜାକଜମକରେ ଦେବ ଶିଳ୍ପୀଙ୍କୁ ଆବାହନ କରାଯାଇଛି ।ସେହିପରି ଏଥର ସହରର ମଝି ପଡାର ବାବୁ ପଠାଣ ଦେବ ଶିଳ୍ପୀଙ୍କ ପୂଜା ଆରାଧନା ତାଙ୍କ ମୋଟର ଗ୍ୟାରେଜରେ କରିଛନ୍ତି । ପୂଜକଙ୍କୁ ନିୟୋଜିତ କରି ହୋମ ଯଜ୍ଞ କରିଛନ୍ତି ।

Body:ବାବୁ ପଠାଣଙ୍କ ଗ୍ୟାରେଜରେ କାର୍ଯ୍ୟ କରୁଥିବା ମେକାନିକ ମାନେ ତାଙ୍କ ସହିତ ବେଶ ଆନନ୍ଦ ସହିତ ପୂଜା ଆରାଧନା କରିଛନ୍ତି।ନିମନ୍ତ୍ରିତ ହିନ୍ଦୁ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ଦେଇ ବାବୁ ପଠାଣ ଆପ୍ୟାୟିତ କରିଛନ୍ତି। ହିନ୍ଦୁ ଶ୍ରଦ୍ଧାଳୁମନେ ବି ବାବୁ ପଠାଣଙ୍କ ବିଶ୍ଵକର୍ମା ପୂଜାରେ ଉତ୍ସାହର ସହିତ ସାମିଲ ହୋଇଥିଲେ ।

Conclusion:ଜଣେ ମୁସଲମାନ ଭକ୍ତ ଦେବ ଶିଳ୍ପୀଙ୍କ ପୂଜା କରୁଥିବାରୁ ବିଶ୍ୱକର୍ମାଙ୍କ ପ୍ରତି ତାଙ୍କରି ଏପରି ଶ୍ରଦ୍ଧାକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।ସବୁ ଧର୍ମ ଓ ପୂଜା ପଦ୍ଧତି ଉପରେ ସମସ୍ତଙ୍କର ସମ୍ମାନ ରହିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.