ETV Bharat / state

ବିଶିଷ୍ଟ ସଙ୍ଗୀତଜ୍ଞ ଫକୀର ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ପାଳିତ - ସଙ୍ଗୀତଜ୍ଞ ଫକୀର ପଟ୍ଟନାୟକ

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ । ଫକୀରଙ୍କ ସୃତି କମିଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଘୋଡାଘାଟ ପଡାର ବଉଳ ତଳଠାରେ ଫକୀର ପଟ୍ଟନାୟକ ସଙ୍ଗୀତ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

birth anniversary celebration of famous singer late fakir Patnaik in subarnapur
ବିଶିଷ୍ଟ ସଙ୍ଗୀତଜ୍ଞ ଫକୀର ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ପାଳିତ
author img

By

Published : May 2, 2022, 3:01 PM IST

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ଉତ୍ସବ ପାଳିତ । ଫକୀରଙ୍କ ସୃତି କମିଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଘୋଡାଘାଟ ପଡାର ବଉଳ ତଳଠାରେ ଫକୀର ପଟ୍ଟନାୟକ ସଙ୍ଗୀତ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ।

ବିଶିଷ୍ଟ ସଙ୍ଗୀତଜ୍ଞ ଫକୀର ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ପାଳିତ

ଏହି ଅବସରରେ କଣ୍ଠଶିଳୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ବତ ତ୍ରିପାଠୀଙ୍କ ନେତୃତ୍ବରେ ପ୍ରାୟ ୧୧ ଜଣ ଗାୟକ ଫକୀର ପଟ୍ଟନାୟକଙ୍କ ବିଭିନ୍ନ ଲୋକଗୀତ ପରିବେଷଣ କରିଥିଲେ । ସ୍ଥାନୀୟ କଣ୍ଠଶିଳ୍ପୀ କୈବଲ୍ୟ ନାୟକ ସଙ୍ଗୀତ ସନ୍ଧ୍ୟାର ଆରମ୍ଭ କରିଥିଲେ । ସ୍ବେଚ୍ଛାସେବୀ ଶ୍ରୀବତ୍ସ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଏହାପରେ ଗୋଟିକ ପରେ ଗୋଟିଏ ଫକୀରଙ୍କ ଲୋକପ୍ରିୟ ଗୀତକୁ ଗାୟକଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ।

ଫକୀର ପଟ୍ଟନାୟକ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୫୦ ମସିହାରୁ ତାଙ୍କର ସଙ୍ଗୀତ କ୍ୟାରିଅର ଆରମ୍ଭ କରି ସମ୍ବଲପୁର ଆକାଶବାଣୀର ଜଣେ କଣ୍ଠଶିଳ୍ପୀ ଭାବେ ସ୍ବୀକୃତି ପାଇଥିଲେ । ତାଙ୍କର ହଜାର ହଜାର ଲୋକଗୀତ ଏବେ ମଧ୍ୟ ଜନସାଧାରଣଙ୍କ ମନରେ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.