ସୁବର୍ଣ୍ଣପୁର: ଜିଲ୍ଲାରେ ଗୁରୁବାର ଘଡଘଡି, ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟିପାତ ହୋଇଛି । ଖୁବ୍ ଜୋରରେ ପବନ ବୋହିବା ସହ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଝଡ଼ ତୋଫାନ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି ।
ବିଶେଷକରି ଜିଲ୍ଲାର ବିନିକା ବ୍ଲକ ଅଞ୍ଚଳରେ ବର୍ଷା ସହ କୁଆପଥର ମାଡ ହୋଇଥିବାରୁ ରବି ଧାନ ଚାଷ ସହିତ ପନିପରିବା ଓ ଡାଲି ଜାତୀୟ ଚାଷ ବେଶ କ୍ଷତି ହୋଇଛି । ଝଡ ତୋଫାନରେ ଅନେକ ଗଛ ଉପୁଡି ପଡିବା ସହିତ ଅନେକ ସ୍ଥାନାରେ ରାସ୍ତା ଅବରୋଧ ହୋଇଛି । କୁଆପଥର ମାଡରେ ବିନିକା ଓ ରାମପୁର ଅଞ୍ଚଳର ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ