ETV Bharat / state

ବାଲ୍ୟବିବାହକୁ ନାଁ; ଶାଶୁଘର ନୁହେଁ ବିଦ୍ୟାଳୟ ବାଛନ୍ତୁ... - awarrness programme

ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏ ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ବିଦ୍ୟାଳୟକୁ ହଁ, ବାଲ୍ୟ ବିବାହକୁ ନା
ବିଦ୍ୟାଳୟକୁ ହଁ, ବାଲ୍ୟ ବିବାହକୁ ନା
author img

By

Published : Apr 6, 2021, 8:02 AM IST

ସୁବର୍ଣ୍ଣପୁର: ବାଲ୍ୟ ବିବାହ ଏକ ସାମାଜିକ ଅପରାଧ । ଏହା ଜାଣି ମଧ୍ୟ ଅନେକ ଜିଲ୍ଲାରେ ବାଲ୍ୟ ବୟସରେ ଝିଅମାନଙ୍କୁ ବିଦ୍ୟାଳୟକୁ ପାଠ ପଢାଇବା ବଦଳରେ ଶାଶୁଘରକୁ ପଠାଯାଉଛି । ହାତରେ ବହି ଧରାଇବା ବଦଳରେ ଝିଅମାନଙ୍କ ହାତରେ ଖରିକା ଧରାଯାଉଛି । ଏ ନେଇ ସଚେତନତାର ଅଭାବରୁ ଅନେକ ଜିଲ୍ଲାରେ ବାଲ୍ୟ ବିବାହ ବଢିବାରେ ଲାଗୁଛି । ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏ ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ବିଦ୍ୟାଳୟକୁ ହଁ, ବାଲ୍ୟ ବିବାହକୁ ନା

ଜିଲ୍ଲାର ଗାଁ ଗହଳିରୁ ସହର ଯାଏଁ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ପର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 753 ଗୋଟି ଗ୍ରାମକୁ ସମାଜ ମଙ୍ଗଳ ବିଭାଗ ଦ୍ୱାରା ବାଲ୍ୟବିବାହ ମୁକ୍ତ ଗ୍ରାମ କରିବା ନିମନ୍ତେ ଗ୍ରାମବାସୀ ଓ ସମ୍ପୃକ୍ତ ଗ୍ରାମର ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହାୟତାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣାକୁ ସାକାର କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବାଲ୍ୟ ବିବାହ ପ୍ରତିରୋଧ ସଚେତନତା "ସଂକଳ୍ପ ରଥ "କୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ସଚେତନତା ସଂକଳ୍ପ ରଥ ପ୍ରଥମ ପର୍ଯ୍ୟାୟରେ 5ରୁ 7 ତାରିଖ ପର୍ଯ୍ୟନ୍ତ 3ଗୋଟି ବ୍ଲକ ସୋନପୁର, ଉଲୁଣ୍ଡା, ତରଭାର 45 ଗୋଟି ବାଲ୍ୟ ବିବାହ ସମ୍ବେଦନଶୀଳ ଗ୍ରାମକୁ ପରିଭ୍ରମଣ ଲୋକଙ୍କୁ ବାଲ୍ୟ ବିବାହର ଅପକାରିତା ଓ ଆଇନ ସମ୍ୱନ୍ଧରେ ସଚେତନ କରାଇବ । କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ନିମନ୍ତେ ସୋନପୁର ବ୍ଲକ ପ୍ରୋଗ୍ରାମ ଅଫିସର ଥବିର କାଳସାଏ, ଉଲୁଣ୍ଡା ବ୍ଲକ ପାଇଁ ସାମାଜିକ କର୍ମୀ ରୁଦ୍ର ପ୍ରସନ ମିଶ୍ର, ଓ ତରଭା ବ୍ଲକ ପାଇଁ ପରାମର୍ଶଦାତା ପ୍ରଶାନ୍ତ ମହାକୁଡ଼ଙ୍କୁ ଦାୟିତ୍ବ ଦିଆଯାଇଛି । ସଚେତନତା ରଥର ଶୁଭାରମ୍ଭ ସମୟରେ ଘାସିରାମ ପଣ୍ଡା, ରାଜ୍ୟ ବାଲ୍ୟ ବିବାହ ପ୍ରତିରୋଧ କମିଟି ସଦସ୍ୟ ଅନଙ୍ଗ ନେଗୀ, ଚତୁର୍ଭୁଜ ଦାଶ, ଅନିତା ଗୁରୁ, ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଏହି ସଂକଳ୍ପ ରଥ ଅନ୍ୟ 3ଗୋଟି ବ୍ଲକ ଡୁଙ୍ଗୁରିପାଲି, ବିନିକା, ଓ ବୀରମହାରାଜପୁରର ବିଭିନ୍ନ ଗ୍ରାମ ବୁଲିବା ସହ ଜନସାଧାରଣଙ୍କୁ ସଚେତନ କରାଇବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.