ETV Bharat / state

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ଦାବି - Bonded died in Hyderabad

ଦିନକୁ ଦିନ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ନିର୍ଯାତନା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ଦିନ ପୂର୍ବରୁ ଜଣେ ଦାଦନ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଦାଦନଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 21, 2019, 1:06 PM IST

ସୁବର୍ଣ୍ଣପୁର: ଦିନକୁ ଦିନ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ନିର୍ଯାତନା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ 10 ଦିନରେ ଗଲାଣି 2ଦାଦନ ଶ୍ରମିକଙ୍କ ଜୀବନ । ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜିଲ୍ଲା ବୀରମହାରାଜପୁର ବ୍ଲକ ଗୋବିନ୍ଦପୁର ଗାଁର ଅନ୍ତର୍ଯ୍ୟାମୀ ତାଣ୍ଡିଆ ।

ସୂଚନାଯୋଗ୍ୟ, ହାଇଦ୍ରାବାଦରେ କାମ କରୁଥିବାବେଳେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏକ ଆମ୍ବୁଲାନ୍ସ ଯୋଗେ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଏବେ ଗାଁରେ ଶୋକାକୁଳ ପରିବେଶ । ସେପଟେ, ଘରର ଏକ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିବା ସହ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ଝାରକୁମୁଣ୍ଡା ଗାଁର ସନତ ଲୁହାଙ୍କ ମୃତ୍ୟୁ ହୋଇଥିଲା । କୋଏମ୍ବାଟୁରରେ ଏକ କମ୍ପାନୀରେ ସେ କାମ କରୁଥିବାବେଳେ ତାଙ୍କର ହୋଇଛି । କିନ୍ତୁ ସନତଙ୍କ ମୃତଦେହକୁ ଫେରାଇ ଆଣିବାକୁ 60 ହଜାର ଟଙ୍କା ଆବଶ୍ୟକ ପଡୁଥିବାବେଳେ ଅର୍ଥାଭାବରୁ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ଜଣେ ସମ୍ପର୍କୀୟ ଲୋକେ । ଘଟଣାରେ ଶ୍ରମ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସହାୟତା କରିନଥିବାର ଅଭିଯୋଗ କରିଛନ୍ତି ପରିବାରଲୋକେ ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାର ଦାଦନ ଶ୍ରମିକ ନିର୍ଯାତନା ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଉଛି । ଗତ 10 ଦିନ ଭିତରେ ଦୁଇ ଦୁଇ ଜଣ ଦାଦନ ଦାଦନ ଶ୍ରମିକର ମୃତ୍ୟୁ ହୋଇଛି ।ଜିଲ୍ଲାର ବୀରମହାଜାପୁର ବ୍ଲକ ଗୋବିନ୍ଦପୁର ଗାଁର ଜଣେ ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଗୋବିନ୍ଦପୁର ଗାଁର ଅର୍ନ୍ତଯ୍ୟାମୀ ତାଣ୍ଡିଆ । ଦାଦନ ଶ୍ରମିକ ଅନ୍ତର୍ଯ୍ୟାମୀଙ୍କ ଶବ ଗାଁ କୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ହାଇଦ୍ରାବାଦରେ ଏକ କମ୍ପାନୀରେ କାମ କୁରୁଥିବା ବେଳେ ହଠାତ ତାଙ୍କର ଦେହ ଖରାପ ହୋଇଥିଲା ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।ଏକ ଆମ୍ବୁଲେନ୍ସ ଯୋଗେ ଶବ ତାଙ୍କ ଘରକୁ ଅଣାଯାଇଛି । ଘରର ଏକ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ବି ଭାଙ୍ଗି ପଡିଛନ୍ତି । ତାଙ୍କ ପରିବାରରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।
ମୃତ ଅନ୍ତର୍ଯ୍ୟାମୀଙ୍କ ସଂପର୍କିୟ ମଦନ ତାଣ୍ଡିଆ ଓ ବନ୍ଧୁ ପ୍ରକାଶ ଭୋଇ ମୃତକର ପରିବାର ବର୍ଗଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ Body:ସୂଚନାଯୋଗ୍ୟ ବିଗତ ଦିନରେ ବୀରମହାରାପୁର ଉପଖଣ୍ଡର ଝାରକୁମୁଣ୍ଡା ଗାଁର ସନତ ଲୁହା କୋଏମ୍ବାଟୁରରେ ଏକ କଂପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।ତାଙ୍କ ଶବ ବି ଗାଁକୁ ଅଣାଯାଇ ପାରି ନ ଥିଲା ।ଶବ ଆଣିବାକୁ ପ୍ରାୟ 60 ହଜାର ଟଂକା ଆବଶ୍ୟକ କରୁଥିବା ବେଳେ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ।ହେଲେ ଶ୍ରମ ବିଭାଗ ସହଯୋଗ ନ କରିବାରୁ ସନତଙ୍କ ସଂସ୍କାର କାର୍ଯ୍ୟ ସେଠାରେ ହିଁ କରାଯାଇଥିଲା ।
Conclusion:ଅଧିକ ରୋଜଗାର କରିବା ଆଶାରେ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇ ନିର୍ଯ୍ୟାତିତ ହେବା ସହିତ ଅନେକ ଶ୍ରମଜିବୀଙ୍କ ଏପରି ମୃତ୍ୟୁ ଖବର ମିଳୁଛି ।ଶ୍ରମଜିବୀମାନଙ୍କୁ ନିଜ ଗାଁରେ ହିଁ କାମ ଯୋଗାଇ ଦେବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.