ETV Bharat / state

ଥାନାବାବୁଙ୍କୁ ଚାପୁଡାଏ: ଆଜି କୋର୍ଟ ଚାଲାଣ ହେବ ଅଭିଯୁକ୍ତ - Subarnapur

ବିନିକା ଥାନା ଏଏସଆଇଙ୍କୁ ଚାପୁଡା ମାରିଥିବା ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିବ ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 16, 2019, 1:48 PM IST

ସୁବର୍ଣ୍ଣପୁର: ଥାନା ଏଏସଆଇଙ୍କୁ ଚାପୁଡା ମାରିବା ଘଟଣା । ଆଜି କୋର୍ଟ ଚାଲାଣ ହେବ ଅଭିଯୁକ୍ତ । ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଛି ବିନିକା ପୋଲିସ । ସେପଟେ କାହିଁକି ଥାନା ଏଏସଆଇଙ୍କୁ ଚାପୁଡା ମାରିଲା, ଗଣମାଧ୍ୟମ ଆଗରେ ମଜାଳିଆ ବୟାନ ଦେଇଛି ଅଭିଯୁକ୍ତ ପାଣ୍ଡୁ କର୍ଣ୍ଣ ।

ପୁରା ଘଟଣା ଥିଲା ଏପରି । ଡେଣ୍ଡୁପଦର ଗାଁରେ ବର୍ଷାପାଣି ଯିବା ବାଟକୁ ବନ୍ଦ ରଖିଥିଲା ଗାଁର ଅଭିଯୁକ୍ତ ପାଣ୍ଡୁ କର୍ଣ୍ଣ । ଏହାକୁ ପ୍ରତିବାଦ କରି ଗାଁର ମହିଳାମାନେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଧାରରେ ଅଭିଯୁକ୍ତ ପାଣ୍ଡୁକୁ ପଚରାଉଚରା ପାଇଁ ସୋମବାର ଥାନାକୁ ଡାକିଥିଲେ ବିନିକା ଥାନା ଏଏସଆଇ ଅଭିମନ୍ୟୁ ସେଠୀ । ଏପଟେ ଥାନାବାବୁଙ୍କୁ ଚାପୁଡାଏ ମାରିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ପାଣ୍ଡୁର କହିବା କଥା ହେଲା, ଥାନାବାବୁ ସାଧା ପୋଷାକରେ ଥିଲେ । ପୋଲିସ ବାବୁ ବୋଲି ସେ ଜାଣିନଥିଲା । ପ୍ରଥମେ ଥାନାବାବୁ ତାକୁ ଚାପୁଡାଏ ମାରିଥିଲେ । ଚିହ୍ନି ନପାରି ସେ ମଧ୍ୟ ଚାପୁଡା ମାରିଥିବା କହିଛି ପାଣ୍ଡୁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:-ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଏ ଏସ ଆଇଙ୍କୁ ଅଭିମନ୍ୟୁ ସେଠୀଙ୍କୁ ଚାପୁଡା ମାରିଥିବା ଅଭିଯୁକ୍ତକୁ ଆଜି ପୋଲିସ କୋର୍ଟ ଚାଲାଣ କରିବBody:ଗତକାଲି ବିନିକା ପୋଲିସ ଏକ ମାମଲାର ତଦନ୍ତ କରିବା ପାଇଁ ଡେଣ୍ଡୁପଦର ଗାଁର 50 ବର୍ଷିୟ ପାଣ୍ଡୁ କର୍ଣ୍ଣକୁ ଥାନାକୁ ଆଣିଥିଲା ।ଡେଣ୍ଡୁପଦର ଗାଁରେ ଗତ 7 ତାରିଖ ଦିନ ବର୍ଷା ପାଣି ଯିବା ବାଟକୁ ବନ୍ଦ କରିବା ପ୍ରତିବାଦରେ ଗାଁର ମହିଳାମାନେ ବିନିକା ବ୍ଳକ କାର୍ଯ୍ୟାଳୟରେ ଆୟୋଜିତ ଜି୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ।ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବିନିକା ପୋଲିସ ଏହାର ତଦନ୍ତ ପାଇଁ ପାଣ୍ଡୁ କର୍ଣ୍ଣକୁ ଆଣି ପଚରା ଉଚୁରା କରୁଥିଲା ।ଏ ଏସ ଆଇ ଅଭିଯୁକ୍ତକୁ ପଚରା ଉଚୁରା କରିବା ସମୟରେ ଅଭିଯୁକ୍ତ ପାଣ୍ଡୁ କର୍ଣ୍ଣ ଏ ଏସ ଆଇଙ୍କୁ ଏକ ଚାପୁଡା ମାରିଥିଲା ।ଏ ସଂପର୍କରେ ଅଭିଯୁକ୍ତକୁ ପଚାରିବାରେ ଏ ଏସ ଆଇ ସାଦା ପୋଷାକରେ ଆସି ଅଭିଯୁକ୍ତକୁ ପ୍ରଥମେ ମାଡ ମାରିବା ପରେ ତାଙ୍କୁ ଚିହ୍ନି ନ ପାରି ଏକ ଚାପୁଡା ମାରିଥିବା ଅଭିଯୁକ୍ତ ପାଣ୍ଡୁ କର୍ଣ୍ଣ ଗଣମାଧ୍ୟମ ଆଗରେ ବୟାନ ଦେଇଛି ।ସେପଟେ ପୋଲିସ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବାକୁ ପ୍ରସ୍ତୁତ ହୋଇଛି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.