ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଯୁବତୀ ଜଣକୁ ତାଙ୍କ ପୁତୁରା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ଏଥିରେ ଅସଫଳ ହୋଇ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।
ସୂଚନାଯୋଗ୍ୟ, ରବିବାର ବୌଦ୍ଧ କଣ୍ଟାମାଳ ଥାନା ଆଶ୍ରା ଗାଁର ବିନୋଦ ଦୀପ ତାର ପିଉସୀ କବିତା ଦୀପଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏଥିରେ ଯୁବତୀ ଜଣକ ଅମଙ୍ଗ ହେବାରୁ ଅଭିଯୁକ୍ତ ପୁତୁରା ଜଣକ ଛୁରୀରେ ପିଉସୀଙ୍କ ବେକରେ ଆଘତ କରିଥିଲା ।
ତେବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଘଟଣା ବିଷୟରେ କଣ୍ଟାମାଳ ପୋଲିସ ଖବର ପାଇବା ଘଟଣାର ତଦନ୍ତ କରୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ