ETV Bharat / state

ନିଲାମ ହେଉନି ଘାଟ, ବାଲି ବୋହିନେଉଛନ୍ତି ମାଫିଆ - subarnpur

ଦୀର୍ଘଦିନରୁ ବାଲି ଘାଟ ନିଲାମ ହେଉ ନ ଥିବାରୁ ବାଲି ମାଫିଆ ବାଲି ଚୋରିର ସୁଯୋଗ ପାଉଛନ୍ତି । ଏପରି ସ୍ଥିତିରେ ଚଢାଉ କାର୍ଯ୍ୟକୁ କଡାକଡି କରି ବାଲି ମାଫିଆଙ୍କ ଉପରେ ପ୍ରଶାସନ କଡା ନଜର ରଖିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର
author img

By

Published : Jun 22, 2019, 10:04 PM IST

ସୁବର୍ଣ୍ଣପୁର: ଶନିବାର 4ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ଜିଲ୍ଲାର ସଦର ତହସିଲ । ସେମାନଙ୍କ ମଧ୍ୟରୁ 3ଟି ଟ୍ରାକ୍ଟର ମାଲିକଙ୍କ ଠାରୁ 40 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଜଣେ ଏଯାଏଁ ଦେଖା ଦର୍ଶନ ଦେଇନଥିବା ସୂଚନା ମିଳିଛି ।

ମହାନଦୀର ବିଭିନ୍ନ ଘାଟ ନିଲାମ ହୋଇ ନଥିବା ବେଳେ ଚୋରା ବାଲି କାରବାର ବଢିଚାଲିଛି । ଏପରି ସ୍ଥିତିରେ ଚେକିଂ ବ୍ୟବସ୍ଥାକୁ କଡା କରିଦିଆ ଯାଇଛି । ଶନିବାର ବହୁ ଟ୍ରାକ୍ଟର ବାଲି ବୋଝେଇ କରି ଏଠାରୁ ବାଲି ନେଉଥିବା ବେଳେ ରାଜସ୍ବ ବିଭାଗର କର୍ମାଚାରୀ ବାଲି ରୟାଲଟି ରସିଦ ମାଗିଥିଲେ । ଏହା ପରେ ପଦାରେ ପଡିଥିଲା ଚୋରା ବାଲି କାରବାରୀଙ୍କ ସତ । ସଦର ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ବ କର୍ମଚାରୀ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ରଖିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର

ସଦର ତହସିଲଦାର ଅରବିନ୍ଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ରାଜସ୍ବ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟର 2 କର୍ମଚାରୀଙ୍କ ସହିତ ଏହି ଚଢାଉ କରିଥିଲେ। ତେବେ ବାଲି ଘାଟ ସହିତ ପଥର ଖଣି ବ ନିଲାମ କଲେ ପ୍ରଶାସନ ଅଧିକ ରାଜସ୍ୱ ପାଇବ ବୋଲି ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.