ସୁବର୍ଣ୍ଣପୁର: ଜିଲ୍ଲାରେ ଏବେ ସୁଦ୍ଧା 5 କୋରୋନା ପଜିଟିଭ ଚିହ୍ନଟ ହୋଇଛି । ସମସ୍ତେ ପ୍ରବାସୀ ଶ୍ରମିକ । ଯାହାକୁ ନେଇ ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ଜିଲ୍ଲାକୁ ଆହୁରି 14 ହାଜର ପ୍ରବାସୀ ଆସିବା ନେଇ ରେଜିଷ୍ଟ୍ରେସନ କରିଛନ୍ତି । 4 ହଜାର ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରିଛନ୍ତି ।
ପ୍ରବାସୀ ଶ୍ରମିକ ଫେରିବା ନେଇ ଜିଲ୍ଲାର 260ଟି କ୍ବାରେଣ୍ଟାଇନ ସେଣ୍ଟର କରାଯାଇଛି । ସେଥିରେ 7 ହଜାର 5 ଶହ ଶର୍ଯ୍ୟାର ବ୍ୟବସ୍ଥା ହୋଇଛି । କ୍ବାରେଣ୍ଟାଇନ କେନ୍ଦ୍ରଗୁଡିକରେ ଏବେ ପ୍ରାୟ 3 ହଜାର 6 ଶହ ବ୍ୟକ୍ତି ଭର୍ତ୍ତି ହୋଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଏହା ସମସ୍ତ ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ