ETV Bharat / state

ଦୁର୍ଘଟଣା ଘଟାଇ ବନ୍ଧୁକ ମୁନରେ ଲୁଟିନେଲେ 21 ଲକ୍ଷ

ବନ୍ଧୁକ ମୁନରେ 21 ଲକ୍ଷ ଲୁଟ । ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଯିବାବେଳେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

21 lakhs loot in subarnapur
ବନ୍ଧୁକ ମୁନରେ 21 ଲକ୍ଷ ଲୁଟ
author img

By

Published : Mar 17, 2021, 4:09 PM IST

ସୁବର୍ଣ୍ଣପୁର : ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଯିବାବେଳେ ଘଟିଛି ଏହି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ସୂଚନାଅନୁସାରେ, ସୁବର୍ଣ୍ଣପୁର ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ହୋଇଛି ଲୁଟ। ଜିଲ୍ଲା ସଦର ବରୋଦା ବ୍ୟାଙ୍କରୁ ସୁଧାଂଶୁ ପଧାନ ଓ ସୁନୀଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ । ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବା ବେଳେ ଆଉ ଗୋଟିଏ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା ।

ବନ୍ଧୁକ ମୁନରେ 21 ଲକ୍ଷ ଲୁଟ

ଉଭୟେ ବାଘଲପୁର ଗାଁ ପାର ହେବା ପରେ ୬ ଜଣ ଡକାୟତ ୩ ଟି ବାଇକରେ ଆସିଥିଲେ । ପ୍ରଥମେ ସୁଧାଂଶୁଙ୍କ ବାଇକୁ ଧକ୍କା ମାରି ପକାଇ ଯାଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କ ବ୍ୟାଗ ଛଡାଇ ନେଇଥିବା ସୁଧାଂଶୁ କହିଛନ୍ତି । ଏନେଇ ଧର୍ମଶାଳା ଫାଣ୍ଡିକୁ ଆସି ଅଭିଯୋଗ କରିଛନ୍ତି ସୁଧାଂଶୁ । ଡକାୟତ ଦଳ ଗୋଟିଏ ନମ୍ବର ବିହିନ ଗାଡି ଘଟଣାସ୍ଥଳରେ ଛାଡି ଦେଇଥିବା ବେଳେ ଗାଡିକୁ ପୋଲିସ ଜବତ କରିଛି । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.