ETV Bharat / state

ଧାନବିକ୍ରି କରି ପାରିଲେନି 2050 ଚାଷୀ - ସୁବର୍ଣ୍ଣପୁର ଚାଷୀଙ୍କ ସମସ୍ୟା

ସୁବର୍ଣ୍ଣପୁରରେ ଗତ ରବି ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ପ୍ରାୟ ଅଢେଇ ହଜାର ଚାଷୀ । ଅଧିକ ପଢନ୍ତୁ...

ଧାନବିକ୍ରି କରି ପାରିଲେନି 2050 ଚାଷୀ
ଧାନବିକ୍ରି କରି ପାରିଲେନି 2050 ଚାଷୀ
author img

By

Published : Jul 27, 2021, 2:50 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଗତ ରବି ଋତୁରେ ପ୍ରାୟ ଅଢେଇ ହଜାର ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି । ଚାଷୀମାନେ ନିଜ ଉତ୍ପାଦିତ ଧାନ ସ୍ବୟଂ ସହାୟକ ଗୋଷ୍ଠୀ ଅବା ସେବା ସମବାୟ ସମିତି ମାଧ୍ୟମରେ ବିକ୍ରୀ କରି ପାରିନାହାନ୍ତି । ବାଙ୍କିପାଲି ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ କରିବାରେ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଧାନବିକ୍ରି କରି ପାରିଲେନି 2050 ଚାଷୀ

ସ୍ବୟଂ ସହାୟକ ଗୋଷ୍ଠିର ମନମୁଖୀ କାର୍ଯ୍ୟ ଓ ଚାଷୀମାନଙ୍କ ଟୋକନ ଲ୍ୟାପ୍ସ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗତ ରବି ଋତୁରେ ଧାନ ବିକ୍ରୀ ପାଇଁ 30 ହଜାର 22 ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିଲେ । ହେଲେ 27 ହଜାର 501 ଜଣ ଚାଷୀ ନିଜ ଧାନବିକ୍ରୀ କରି ଥିବାବେଳେ ବାକି ଚାଷୀମାନେ ବିଭିନ୍ନ କାରଣରୁ ନିଜ ଉତ୍ପାଦିତ ଧାନବିକ୍ରୀ କରି ପାରିନାହାନ୍ତି । ପଞ୍ଜିକୃତ ହୋଇଥିବା 2 ହଜାର 521 ଜଣ ଚାଷୀ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନବିକ୍ରୀ କରିନପାରି ଅଭାବୀ ବିକ୍ରୀର ଶିକାର ହୋଇଛନ୍ତି ।

ଗତ ବର୍ଷ ଅପେକ୍ଷା ରବି ଋତୁରେ 4 ଲକ୍ଷ 21 ହଜାର 333 କୁଇଣ୍ଟାଲ ଧାନ କମ ସଂଗ୍ରହ ହୋଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡିଛି । ସ୍ବୟଂ ସହାଯକ ଗୋଷ୍ଠି ଗୁଡିକର ମନମୁଖୀ ଧାନ ସଂଗ୍ରହ ତଥା ରାଜ୍ୟ ସ୍ତରୀୟ ଟୋକନ ବ୍ୟବସ୍ଥା ପାଇଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ନିର୍ଦ୍ଧାରିତ ସମୟରେ ଚାଷୀମାନଙ୍କୁ ଟୋକନ ପ୍ରଦାନ କରିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀକୁ ବାତିଲ କରି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରିବାକୁ ଚାଷୀ ଦାବି କରିଛନ୍ତି ।ଦାବି ପୂରଣ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଚାଷୀ ନେତା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.