ETV Bharat / state

ସୁବର୍ଣ୍ଣପୁରରେ କୋରୋନା ଆଭାସ, ପ୍ରଥମ ଆକ୍ରାନ୍ତ ଚିହ୍ନଟ - କୋଭିଡ-19

ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ପ୍ରବାସୀ ଶ୍ରମିକ ଗୁଜୁରାଟର ଅହମ୍ମଦାବାଦରୁ ଫେରିଥିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଅଧିକ ପଢ଼ନ୍ତୁ...

corona in subarnapur, subarnapur latest news, corona in odisha, covid-19, coronavirus news, ସୁବର୍ଣ୍ଣପୁରରେ କୋରୋନା, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ କୋରୋନା, କୋଭିଡ-19, କୋରୋନା ଭାଇରସ ନ୍ୟୁଜ୍‌
ସୁବର୍ଣ୍ଣପୁରରେ କୋରୋନା ଆଭାସ, ପ୍ରଥମ ଆକ୍ରାନ୍ତ ଚିହ୍ନଟ
author img

By

Published : May 25, 2020, 11:00 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକ ଗୁଜୁରାଟର ଅହମ୍ମଦାବାଦରୁ ଫେରିଥିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ଗତ 17 ତାରିଖରେ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା।

ସେଥିରୁ ସୋମବାର ଜଣେ ବ୍ୟକ୍ତିଙ୍କର କୋଭିଡ-19 ପଜିଟିଭ ରିପୋର୍ଟ ଆସିଥିବା ନେଇ ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସଂକ୍ରମିତ ବ୍ୟକ୍ତି ଜିଲ୍ଲାର ଗଜବନ୍ଦ ଗାଁର ବୋଲି ଜଣାପଡିଛି । ସେପଟେ ରିପୋର୍ଟ ଜଣାପଡିବା ପରେ ଗଜବନ୍ଦ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.