ETV Bharat / state

ମାତିଲେ ଲୁଟେରା: ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟି ନେଲେ ମୋବାଇଲ-ଟଙ୍କା

author img

By

Published : Feb 5, 2022, 7:54 AM IST

ସମ୍ବଲପୁରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟ ଓ ଆକ୍ରମଣ ଘଟଣା । ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କ ଠାରୁ  ଟଙ୍କା ଓ ମୋବାଇଲ ଲୁଟ

ସମ୍ବଲପୁର: ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟ ଓ ଆକ୍ରମଣ ଘଟଣା । ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଲେ ଦୁଇ ଦୁର୍ବୃତ୍ତ (youth attacked by miscreant In Sambalpur) । ଏଭଳି ଘଟଣା ଘଟିଛି କ୍ଷେତରାଜପୁର ରେଳ ଷ୍ଟେସନର ଫାଟକ ନିକଟରେ । ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ଯୁବକ ଜଣକ ହେଲେ ସମ୍ବଲପୁର କଟରଧୁଆ, ମାଲିପଡର ହେରମ୍ବ ଚନ୍ଦ୍ର ପଟ୍ଟନାୟକଙ୍କ ପୁଅ ଵୀରପ୍ରତାପ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଵୀରପ୍ରତାପ ଷ୍ଟେସନରେ ଓହ୍ଲାଇବା ପରେ ନିଜ ଘରକୁ ଯିବା ସମୟରେ ଫାଟକ ଷ୍ଟେସନ ନିକଟରେ ଅନ୍ଧାରର ଫାଇଦା ଉଠାଇ 2 ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କର ଚିକତ୍ସା ଜାରି ରହିଛି । ଏନେଇ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.