ETV Bharat / state

ସମଲେଶ୍ବରୀ ପୀଠ ପାଇଁ ସମଲେଇ ଯୋଜନା, 200 କୋଟିର ହେବ ଉନ୍ନତିକରଣ

author img

By

Published : Apr 1, 2022, 5:41 PM IST

ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ସମଲେଇ ଯୋଜନା କରିଛନ୍ତି ରାଜ୍ୟ ସରକାର । ୨୦୦ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେବ ମନ୍ଦିରର ଉନ୍ନତିକରଣ । ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ଠାରୁ ଆରମ୍ଭ କରି ମନ୍ଦିର ଚାରି ପାଖରେ ପରିକ୍ରମା ପାଇଁ ତିଆରି ହେବ ରାସ୍ତା । ଅଧିକ ପଢନ୍ତୁ

ସମଲେଶ୍ବରୀ ପୀଠ ପାଇଁ ସମଲେଇ ଯୋଜନା, 200 କୋଟିର ହେବ ଉନ୍ନତିକରଣ
ସମଲେଶ୍ବରୀ ପୀଠ ପାଇଁ ସମଲେଇ ଯୋଜନା, 200 କୋଟିର ହେବ ଉନ୍ନତିକରଣ

ସମ୍ବଲପୁର: ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମା' ସମଲେଶ୍ବରୀ । ରାଜ୍ୟ ଥିବା ପ୍ରମୁଖ ଦେବୀ ପୀଠ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ମନ୍ଦିର ଅନ୍ୟତମ । କେବଳ ଓଡିଶା ନୁହେଁ ବରଂ ରାଜ୍ୟ ବାହାରୁ ମଧ୍ୟ ହଜାର ହଜାର ଲୋକ ମାଆଙ୍କ ଦର୍ଶନ ପାଇଁ ସମ୍ବଲପୁର ଆସିଥାନ୍ତି । ଏହାକୁ ଦୃଷ୍ଟିରେରେ ରଖି ରାଜ୍ୟ ସରକାର ସମଲେଶ୍ବରୀ ପୀଠର ବିକାଶ ପାଇଁ ସମଲେଇ ଯୋଜନା ପ୍ରସ୍ତୁତ କରି 2020-21 ଆର୍ଥିକ ବର୍ଷ ପାଇଁ 200 କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର ଢାଞ୍ଚାରେ ଏଠାରେ ମଧ୍ୟ ବିକାଶ କରାଯାଇ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ କରାଯିବାର ଲକ୍ଷ୍ୟ ରହିଛି । ମା ସମଲେଶ୍ବରୀଙ୍କ ମହିମାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସମଲେଶ୍ବରୀ ପୀଠ ତଥା ଆଖପାଖର 108 ଏକର ଜମିରେ ବିକାଶ କରାଯିବାର ଯୋଜନା ରହିଛି । ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଏଥିପାଇଁ ଗତ 21 ତାରିଖରେ ୫ଟି ସଚିବ ଓ ଟିମ୍ ସମଲେଶ୍ବରୀ ପୀଠ ପରିଦର୍ଶନ କରିଥିଲେ । ଏହା ପୂର୍ବରୁ OBCC ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ, ପର୍ଯ୍ୟଟନର ବିକାଶ ଓ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବା ପାଇିଁ ସମଲେଇ ପ୍ରକଳ୍ପ କାର୍ଯ୍ୟ କରିବ । ସମଲେଇ ପ୍ରକଳ୍ପ ଅଧିନରେ ମନ୍ଦିରର ଚାରି ଦିଗରେ 4ଟି ଦ୍ୱାର ନିର୍ମାଣ ହେବ । ପୂର୍ବ ଦ୍ୱାରରେ ଭକ୍ତ ପ୍ରବେଶ କରି ଅନ୍ୟ ଦ୍ୱାରଗୁଡିକରେ ବାହାରକୁ ବହାରିବେ । ଏହାସହ ଭକ୍ତ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଦୀପ ଘର, ଧାଡି ବ୍ୟବସ୍ଥାର ଭିତ୍ତିଭୂମି, ମହାନଦୀ ଆରତୀର ବ୍ୟବସ୍ଥା, ମନ୍ଦିରରୁ ମହାନଦୀ ଆରତୀ ଘାଟକୁ ସଂଲଗ୍ନ କରୁଥିବା ଫୁଟ୍ ଓଭର ବ୍ରିଜ, ମନ୍ଦିର ଚାରି ପାଖରେ ପରିକ୍ରମା ପାଇଁ 60 ଫୁଟ ଓସାରିଆ ରାସ୍ତା, ନିକଟସ୍ଥ ଗୋପାଳଜୀ ମଠର ବିକାଶ କରାଯିବ । ଆସନ୍ତା ବର୍ଷ ଜୁନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

କିନ୍ତୁ ଏହି ସମଲେଇ ପ୍ରକଳ୍ପରେ ମୁଖ୍ୟତଃ ଘୁନଘୁଟିପଡା ଭଳି ବସ୍ତି ଅଞ୍ଚଳବାସୀ ବିସ୍ଥାପିତ ହେବେ । ମୋଟ ୨୦୦ ପରିବାର ବିସ୍ଥାପିତ ହେବାକୁ ଯାଉଛନ୍ତି । ବିସ୍ଥାପନ ନେଇ ଜିଲ୍ଲା ପ୍ରଶାସନ ଓ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ବହୁଥର ଆଲୋଚନା ହୋଇସାରିଛି ଏବଂ ଏବେ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଜାରି ରହିଛି । ମାତ୍ର କଂକ୍ରିଟ ଛାତ ଘରକୁ ଯେଉଁ ହିସାବରେ କ୍ଷତିପୂରଣ ଦିଆଯାଉଛି ସେହି ହିସାବରେ ପଟା, ଆଜବେଷ୍ଟସ, ଟିଣ ତିଆରି ଘରକୁ ମିଳୁନାହିଁ । ଏହିସବୁ ଘରକୁ କ୍ଷତିପୂରଣ ଭାବେ କେବଳ ୫୦,୦୦୦ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରିସ୍ଥଳେ କେମିତି ଜଣେ ଗରିବ ଲୋକଟିଏ ଘର କରିବ ବୋଲି ବିସ୍ଥାପିତ ହେବାକୁ ଥିବା ଲୋକେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିସ୍ଥାପିତମାନଙ୍କୁ ଯେଉଁ ସ୍ଥାନରେ ଥଇଥାନ କରାଯାଉଛି ସେହି ସ୍ଥାନରେ ବିସ୍ଥାପିତଙ୍କ ଜୀବନ ଜୀବିକା ନିର୍ବାହ କରିବା କଷ୍ଟକର ହେବ ବୋଲି କିଛି ବିସ୍ଥାପିତ କହିଛନ୍ତି ।

ଏନେଇ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି, ବିସ୍ଥାପିତ ହେଉଥିବା ସମସ୍ତ ଲୋକଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣର ବ୍ୟବସ୍ଥା ହୋଇଛି । ବିସ୍ଥାପିତଙ୍କ ଘର ଭଙ୍ଗାଯିବା ପରେ ଘରର ଉଚିତ ମୂଲ୍ୟ, ପରିବହନ ଖର୍ଚ୍ଚ, 6 ମାସ ପାଇଁ ଘରଭଡା, ଜମିହୀନ ପରିବାର ପିଛା 650 ସ୍କୋୟାର ଫୁଟର ଜମି ଓ ଘର ତିଆରି କରିବାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ମା' ସମଲେଶ୍ବରୀ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତ ହେଉଥିବା ଲୋକଙ୍କୁ ଯେପରି ଉଚିତ୍ କ୍ଷତିପୂରଣ ଓ ଥଇଥାନ ମିଳିବ ସେନେଇ ମଧ୍ୟ ରାଜ୍ୟ ସରକାର ପ୍ରଯତ୍ନଶୀଳ ହେବା ଉଚିତ ବୋଲି ଦାବି ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.