ETV Bharat / state

ପରିବେଶ ସୁରକ୍ଷା ପାଇଁ ନେଲେ ସଂକଳ୍ପ, ବୁଢ଼ାରାଜା ପାହାଡ଼ରେ ଗଛକୁ ରାକ୍ଷୀ ବାନ୍ଧିଲେ ସ୍ଥାନୀୟ ବାସିନ୍ଦା

ରକ୍ଷା ବନ୍ଧନ ଉତ୍ସବକୁ ସମ୍ବଲପୁରର ବୁଢାରଜା ପାହାଡ଼ ବନ ସୁରକ୍ଷା ସମିତିର ସଦସ୍ୟମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।ଗଛରେ ରାକ୍ଷୀ ବାନ୍ଧିବା ସହ ଗଛ ଗୁଡିକୁ ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି l ଅଧିକ ପଢନ୍ତୁ

women ties rakhi
women ties rakhi
author img

By ETV Bharat Odisha Team

Published : Aug 30, 2023, 3:17 PM IST

women ties rakhi

ସମ୍ବଲପୁର: ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବକୁ ନେଇ ସାରା ଦେଶ ଆଜି ଉତ୍ସବ ମୁଖର । ଭାଇ ମାନଙ୍କ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା କରିବାର ସଂକଳ୍ପ ଭାଇଠୁ ନେଇଥାଏ । କିନ୍ତୁ ଏହି ରକ୍ଷା ବନ୍ଧନ ଉତ୍ସବକୁ ସମ୍ବଲପୁରର ବୁଢ଼ାରାଜା ପାହାଡ଼ ବନ ସୁରକ୍ଷା ସମିତିର ସଦସ୍ୟମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଗଛକୁ ରାକ୍ଷୀ ବାନ୍ଧିବା ସହ ଗଛଗୁଡ଼ିକର ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି l

ତେବେ ସମ୍ବଲପୁର ସହରର ବୁଢ଼ାରାଜା ପାହାଡ଼ରେ ବିଭିନ୍ନ ପ୍ରଜାତିର ବିରାଟକାୟ ବୃକ୍ଷ ଠିଆ ହୋଇଛି । ତେଣୁ ଏହାକୁ ସହରର ଅକ୍ସିଜେନ ପ୍ଲାଣ୍ଟ ବୋଲି ମଧ୍ୟ କୁହାଯାଏ l ପ୍ରତ୍ୟେକ ବର୍ଷ ରକ୍ଷା ବନ୍ଧନ ଅବସରରେ ଏହି ପାହାଡରେ ଥିବା ଗଛଗୁଡିକୁ ରାକ୍ଷୀ ବନ୍ଧା ଯାଇଥାଏ l ବୁଢ଼ାରାଜା ପାହାଡ଼ ବନ ସୁରକ୍ଷା ସମିତିର ଉଦ୍ୟମରେ ସଦସ୍ୟ ଓ ସ୍ଥାନୀୟମହିଳା ମାନେ ଏହି ପାହାଡ଼ରେ ଥିବା ଗଛଗୁଡ଼ିକୁ ରାକ୍ଷୀ ବାନ୍ଧିବା ସହ ଗଛଗୁଡ଼ିକର ସୁରକ୍ଷା ପାଇଁ ସଂକଳ୍ପ ନିଅନ୍ତି l ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏଠାରେ ଘଣ୍ଟ ଶଙ୍ଖ, ହୁଳହୁଳି ସହ ପୂଜାର୍ଚ୍ଚନା କରାଯାଇ ଗଛ ଗୁଡିକୁ ରାକ୍ଷୀ ବାନ୍ଧିଛନ୍ତି ଲୋକେ l ଆଉ ସହରରେ ପାଳନ ହେଉଥିବା ଏହି ନିଆରା ରକ୍ଷା ବନ୍ଧନ ଦୀର୍ଘ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି । ପ୍ରତିବର୍ଷ ପରିବେଶ ସୁରକ୍ଷା ସହ ବୄକ୍ଷଙ୍କୁ ସୁରକ୍ଷା ଯୋଗାଇବାର ମହତ୍‌ ବାର୍ତ୍ତା ଦେବା ପାଇଁ ରକ୍ଷାବନ୍ଧନ ଅବସରରେ ଏହା ପାଳନ ହୋଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ- Raksha Bandhan 2023: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ସମ୍ବଲପୁରର ବୁଢ଼ାରାଜା ବନ ସୁରକ୍ଷା ସମିତି ପକ୍ଷରୁ ଆଜକୁ 23 ବର୍ଷ ହେବ ବୄକ୍ଷ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ବୁଢାରାଜା ପାହାଡ ଓ ଏହାର ବୄକ୍ଷ ଗୁଡିକୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେଇଆସୁଛନ୍ତି ସ୍ଥାନୀୟ ଲୋକେ । ଭଉଣୀଟିଏ ଯେପରି ନିଜର ଭାଇର ଶୁଭ ମନାସି ନିଷ୍ଠାର ସହକାରେ ତାର ହାତରେ ରାକ୍ଷୀଟିଏ ବାନ୍ଧି ଥାଏ ଓ ତାକୁ ସୁରକ୍ଷା ଦେବାପାଇଁ କହିଥାଏ । ସେହିପରି ଭାବରେ ବୁଢାରଜା ବନ ସୁରକ୍ଷା ସମିତିର ସଭ୍ୟ ଓ ଛାତ୍ରୀମାନେ ବୄକ୍ଷକୁ ପୂଜା କରି ରାକ୍ଷୀ ବାନ୍ଧି ତାଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥାନ୍ତି । ଏହି ନିଆରା ରକ୍ଷାବନ୍ଧନ ଅଭିଯାନ ପାଇଁ ଆଜି ଯାଏଁ ପାହାଡ଼ଟି ସୁରକ୍ଷିତ ରହିବା ସହ ସବୁଜିମାରେ ପରିଣତ ହୋଇପାରିଛି । ପରିବେଶ ସୁରକ୍ଷା ସଚେତନତା ପାଇଁ ହେଉଥିବା ଏହି ରକ୍ଷାବନ୍ଧନ କାର୍ଯ୍ୟକ୍ରମର ନିଆରା ପ୍ରୟାସରେ ସହରର ବହୁ ପରିବେଶବିତ୍‌, ବୁଦ୍ଧିଜୀବୀ, ବନବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ମଧ୍ୟ ସାମିଲ ହୋଇ ଆସୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.