ETV Bharat / state

ଅସହ୍ୟ ହେଲା ବରିଷ୍ଠ ନେତାଙ୍କ ନିର୍ଯାତନା, ମହିଳା କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ - କଂଗ୍ରେସ

Woman Congress Worker attempted suicide: ସମ୍ବଲପୁର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ବମାନଙ୍କୁ ହନିଟ୍ରାପରେ ଫସାଇବାକୁ କରୁଥିଲେ ବାଧ୍ୟ । ଅଧିକ ପଢନ୍ତୁ

ଅସହ୍ୟ ହେଲା ବରିଷ୍ଠ ନେତାଙ୍କ ନିର୍ଯ୍ୟାତନା , ମହିଳା କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଅସହ୍ୟ ହେଲା ବରିଷ୍ଠ ନେତାଙ୍କ ନିର୍ଯ୍ୟାତନା ,ମହିଳା କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
author img

By ETV Bharat Odisha Team

Published : Dec 21, 2023, 8:30 PM IST

ଅସହ୍ୟ ହେଲା ବରିଷ୍ଠ ନେତାଙ୍କ ନିର୍ଯ୍ୟାତନା ,ମହିଳା କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ନିର୍ଯାତନା ଏବଂ ବଦନାମି ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କଲେ ସମ୍ବଲପୁରରେ କଂଗ୍ରେସର ଯୁବନେତ୍ରୀ l କିଛି ଦିନ ତଳେ ରାଜ୍ୟ କଂଗ୍ରେସର ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ହୋଇଥିବା ସମ୍ବଲପୁର ବଡ଼ବଜାର ଅଞ୍ଚଳର ଯୁବ କଂଗ୍ରେସ ନେତ୍ରୀ ନିଖତ ପରବିନ ଆଜି ସକାଳୁ ସେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଲୟର ମେଡ଼ିସିନ ୱାର୍ଡରେ ଭର୍ତ୍ତି କରିଛନ୍ତି l ସେ ଗୁରୁତର ଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି l ତେବେ ସେ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ତଥା ରେଢ଼ାଖୋଲ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାନ ତାଙ୍କୁ ମାନସିକ ନିର୍ଯାତନା ଓ ଧମକ ଚମକ ଦେଇଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି l

ହସ୍ପିଟାଲ ଶଯ୍ୟାରୁ ଥାଇ ସେ କହିଛନ୍ତି ଯେ ତାଙ୍କର ଅତି କମ ବୟସରେ ବିବାହ ହୋଇଥିଲା l ତେବେ ତାଙ୍କର ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ମାଡପିଟ କରିବାରୁ ସେ ନିଜ ସ୍ବାମୀଙ୍କ ଠାରୁ ଅଲଗା ହୋଇ ସମ୍ବଲପୁର ବଡବଜାର ସ୍ଥିତ ନିଜ ବାପା ଘରେ ରହି ଆସୁଥିଲେ l ନିଜ ଗୋଡ଼ରେ ଛିଡା ହେବାପାଇଁ ଏକ ଏନଜିଓ ଖୋଲି ଏହାର ପରିଚାଳନା କରିବା ସହ ରାଜନୀତିରେ ଯୋଗ ଦେଇଥିଲେ l କିଛିଦିନ ପୂର୍ବରୁ ତାଙ୍କୁ ରାଜ୍ୟ କଂଗ୍ରେସର ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ପଦବୀ ମିଳିଥିଲା l ଏହି ପଦବୀ ମିଳିବା ପରେ ସମ୍ବଲପୁର ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଆସଫ ଅଲ୍ଲୀ ଖାନ ତାଙ୍କୁ ଡାକି ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ବମାନଙ୍କୁ ହନିଟ୍ରାପ ରେ ପକାଇ ଫସାଇବାକୁ କହିଥିଲେ ବୋଲି ନିଖତ କହିଛନ୍ତି l

ଏହା ମଧ୍ୟ ପଢନ୍ତୁ ... ଦୁର୍ନୀତି ବିରୋଧରେ ଲଢେଇ କରିବ କଂଗ୍ରେସ: କ୍ଷମତା ହାତେଇବାକୁ ରାହୁଲ ଦେଲେ ଗୁରୁମନ୍ତ୍ର

ତେବେ ସେ ଏହିଭଳି ଘୃଣ୍ୟ କାମ କରିବେ ନାହିଁ ବୋଲି କହିବାରୁ ତାଙ୍କୁ ଆସଫ ଅଲ୍ଲୀ ଖାନ ଧମକ ଚମକ ଦେବାସହ ଜୀବନ ବର୍ବାଦ କରିଦେବେ ବୋଲି କହିଥିବା ଅଭିଯୋଗ ଆଣିଛନ୍ତି ନିଖତ l ଏହି ଘଟଣା ପରଠାରୁ ତାଙ୍କୁ ମିଥ୍ୟା ଆରୋପ ଲଗାଇ ବାରମ୍ବାର ବଦନାମ କରାଯାଉଥିବାରୁ ଶେଷରେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି ନିଖତ l ନିଖତ ଏନେଇ ହ୍ଵାଟ୍ସଆପରେ ଏକ ସୁସାଇଟ ନୋଟ ଲେଖି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟନାୟକଙ୍କୁ ଓ ଟାଉନ ଥାନା ଅଧିକାରୀଙ୍କୁ ଜଣାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.