ETV Bharat / state

ସମ୍ବଲପୁରରେ ବଣୁଆ ହାତୀଙ୍କ ଆତଙ୍କ - ବଣୁଆ ହାତୀଙ୍କ ଆତଙ୍କ

ଦିନ ଦ୍ବିପହରରେ ରାସ୍ତା ଉପରେ ଯାତାୟାତ କରୁଛନ୍ତି ଗଜରାଜ । ଏମିତି ଏକ ଦୃଶ୍ୟ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକର କୁକୁଡ଼ାପାଲି ଅଞ୍ଚଳରେ ଏକ ସାଧାରଣ କଥା ହୋଇଯାଇଛି । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ବଣୁଆ ହାତୀଙ୍କ ଆତଙ୍କ
ସମ୍ବଲପୁରରେ ବଣୁଆ ହାତୀଙ୍କ ଆତଙ୍କ
author img

By

Published : Apr 12, 2022, 7:23 PM IST

ସମ୍ବଲପୁର : ସକାଳ ହେଉ କି ଦ୍ୱିପ୍ରହର ରାସ୍ତା ଉପରେ ହାତୀ ବିଚରଣ କରୁଥିବା ଦେଖିବାକୁ ମିଳୁଛି । ହେଲେ ବନ ବିଭାଗର କର୍ମଚାରୀଙ୍କ ଦେଖା ମିଳୁନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତାେଷ ପ୍ରକାଶ ପାଉଛି । ତେବେ ଜୀବନ ବଞ୍ଚାଇବା ପାଇଁ ଗାଁ ଲୋକ ବଣୁଆ ହାତୀଙ୍କୁ ଘଉଡେଇବାକୁ ଚେଷ୍ଟା କରୁଛନ୍ତି ।

ସମ୍ବଲପୁରରେ ବଣୁଆ ହାତୀଙ୍କ ଆତଙ୍କ

ସମ୍ବଲପୁର ଜିଲ୍ଲାର କୁକୁଡ଼ାପାଲି, ତବଲା, ବହିଦାରକଣ୍ଟା, ଗୁଡ଼େସିଙ୍ଗା, ସିକରାପାଲି,ଗିରିପାଲି, ଡୁମେରପାଲି ଆଦି ଗାଁ ଭିତରକୁ ଦିନ ବେଳା ବଣୁଆ ହାତୀପଲ ଆସି ଧାନ ଫସଲ ପ୍ରତ୍ୟେକ ଦିନ ନଷ୍ଟ କରିଦେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବନବିଭାଗ କର୍ମଚାରୀମାନେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ହାତୀ ଘଉଡେଇବା ପରିବର୍ତ୍ତେ ପଡିଆବହାଲ ଓ ସଦର ରେଞ୍ଜ ବନବିଭାଗର କର୍ମଚାରୀ ପରସ୍ପର ଉପରେ ଦୋଷ ଲଦୁଥିବା ଅଭିଯୋଗ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.