ETV Bharat / state

ନୂତନ ଶିକ୍ଷାନୀତି ପ୍ରସଙ୍ଗ: ଜିଡିପିର 6 ପ୍ରତିଶତକୁ ଖର୍ଚ୍ଚକୁ ନେଇ ସନ୍ଦେହ - sambalpur college

ଶିକ୍ଷା ହେଉଛି ରାଷ୍ଟ୍ର ଗଠନର ମୁଖ୍ୟ ଆୟୁଧ । ଯେଉଁ ଦେଶର ଶିକ୍ଷାନୀତି ଯେତିକି ଉନ୍ନତ ସେ ଦେଶ ସେତିକି ଉନ୍ନତ । ଏହି ଆଧାରରେ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ଶିକ୍ଷାକ୍ଷେତ୍ରରେ ଜିଡିପିର 6 ପ୍ରତିଶତ ବିନିଯୋଗ ହେବା ସହ ଡିଗ୍ରୀ କଲେଜକୁ ସ୍ବୟଂ ଶାସିତର ମାନ୍ୟତା ଦିଆଯିବ । ହେଲେ ଏହି ଶିକ୍ଷା ନୀତିକୁ ନେଇ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଜିଡିପିର 6 ପ୍ରତିଶତକୁ ଖର୍ଚ୍ଚକୁ ନେଇ ସନ୍ଦେହ
ଜିଡିପିର 6 ପ୍ରତିଶତକୁ ଖର୍ଚ୍ଚକୁ ନେଇ ସନ୍ଦେହ
author img

By

Published : Aug 18, 2020, 4:20 PM IST

Updated : Aug 18, 2020, 7:22 PM IST

ସମ୍ବଲପୁର: ଦୀର୍ଘ 34 ବର୍ଷ ପରେ ବଦଳିଲା ଭାରତର ଶିକ୍ଷାନୀତି । ସ୍କୁଲ ଓ କଲେଜ ବ୍ୟବସ୍ଥାରେ ଅଣାଯାଇଛି ବ୍ୟାପକ ପରିବର୍ତ୍ତନ । ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ନୂତନ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ଜିଡିପିର 6 ପ୍ରତିଶତ ବିନିଯୋଗ କରାଯିବ । ଏଥିସହ ଆସନ୍ତା 15 ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ଗୁଡିକରେ ଥିବା ଡିଗ୍ରୀ କଲେଜ ଗୁଡିକୁ ସ୍ବଂୟ ଶାସିତ କ୍ଷମତା ଦିଆଯିବାର ପ୍ରାବଧାନ ରହିଛି । ଏହି ନୂତନ ଶିକ୍ଷାନୀତି କେତେ ସଫଳ ହେବ ଓ ଗୁଣାତ୍ମକ ଶିକ୍ଷା ପାଇଁ କେତେ ସହାୟକ ହେବ ତାହାକୁ ନେଇ ମିଶ୍ରିତ ପ୍ରତ୍ରିକ୍ରିୟା ଦେଖିବାକୁ ମିଳିଛି ।

ଶିକ୍ଷାବିତ୍‌ଙ୍କ ମତରେ ଏହି ନୂତନ ଶିକ୍ଷା ନୀତି ଭାରତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଅନ୍ୟ କେତେକଙ୍କ ମତରେ ଏହା ଘରୋଇ ବିଶ୍ବବିଦ୍ୟାଳୟକୁ ଅଧିକ ସୁହାଇବ ବୋଲି ଆଶଙ୍କା କରୁଛନ୍ତି ।

ଜିଡିପିର 6 ପ୍ରତିଶତକୁ ଖର୍ଚ୍ଚକୁ ନେଇ ସନ୍ଦେହ

ଏହି ଶିକ୍ଷା ନୀତି ଯୋଗୁଁ ଡିଗ୍ରୀ କଲେଜ ଗୁଡିକ ସ୍ବଂୟ ଶାସିତ ପାଇବା ଦ୍ବାରା ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ବଢିବ। ବିଦେଶର ବିଶ୍ୱବିଦ୍ୟାଳୟର ଶାଖା ଦେଶରେ ଖୋଲିବ ଓ ଘରୋଇ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏଠାରେ ଶାଖା ଖୋଲିବେ। ଫଳରେ ପରବର୍ତ୍ତୀ ସମୟରେ ଭିତ୍ତିଭୂମିର ବିକାଶ ପାଇଁ ବାଟ ଫିଟିବ ବୋଲି ଶିକ୍ଷାବିତ କହିଛନ୍ତି।

ସେପଟେ,ନୂତନ ଶିକ୍ଷାନୀତି ଅନୁସାରେ ଜିଡିପିର 6 ପ୍ରତିଶତ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ। ଯାହା ବର୍ତ୍ତମାନ ସମୟରେ ମାତ୍ର 4.43 ପ୍ରତିଶତ ବିନିଯୋଗ କରାଯାଉଛି । ତେବେ ବାସ୍ତବରେ ସରକାର 6 ପ୍ରତିଶତ ବିନିଯୋଗ କରିବେ ବୋଲି କେହି ଏହାକୁ ବିଶ୍ବାସ କରିପାରୁନାହାଁନ୍ତି। ଏପରିକି ନୂଆ ଶିକ୍ଷା ନୀତି ଦ୍ବାରା ୟୁଜିସି ଓ ନାକ କମିଟି ପଙ୍ଗୁ ହୋଇଯିବ ବୋଲି ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି ।

ଶିକ୍ଷା ନୀତି ପାଇଁ ଲୋକସଭା ଓ ବିଧାନସଭାରେ କୌଣସି ଆକ୍ଟ ପାସ ନ କରାଯାଇ ଦ୍ବାରା ଛତୁ ଫୁଟିଲା ପରି ବିଶ୍ବବିଦ୍ୟାଳୟମାନ ଗଢି ଉଠିବ । ସରକରୀ ଅନୁଷ୍ଠାନ ଠୁ ବେସରକାରୀ ଅନୁଷ୍ଠାନ ଅଧିକ ପାଣ୍ଠି ପାଇବେ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ଓ ଭିତ୍ତିଭୂମି ପାଇଁ ଆର୍ଥିକ ଅନୁଦାନ ବଣ୍ଟନର ଦାୟିତ୍ୱ ଏକ ବେସରକାରୀ ଏମପାୱାର କମିଟି କରିବ। ଯାହାର ବେଶି ଫାଇଦା ବେସରକାରୀ ଅନୁଷ୍ଠାନଗୁଡିକୁ ମିଳିବ ।

ଅନ୍ୟପଟେ ଏହି ନୀତି ରେ Gross Enrollment Ratio 50 ପ୍ରତିଶତକୁ ନିଆଯିବ ବୋଲି କୁହାଯାଇଛି। ତେବେ ଏହାକୁ କରିବାକୁ ହେଲେ ଜିଡିପିର 10 ପ୍ରତିଶତ ବିନିଯୋଗ କରିବାକୁ ପଡିବ । ଯାହା ଏବେ ବଡ ପ୍ରଶ୍ନ । ଅନ୍ୟପଟେ ପୂର୍ବତନ ଶିକ୍ଷାମନ୍ତ୍ରୀ କହିଛନ୍ତି, ଏହା କାର୍ଯ୍ୟକାରୀ ହୋଇପାରିଲେ ଗୁଣାତ୍ମକ ଶିକ୍ଷାର ବିକାଶ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଓ ବୈଜ୍ଞାନିକ ଅନୁସନ୍ଧାନର ଜିଜ୍ଞାସା ବୃଦ୍ଧି ହୋଇପାରିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 18, 2020, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.