ETV Bharat / state

ଭିସୁଟରେ ରାଗିଂ ଘଟଣା, 7 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

author img

By

Published : Nov 29, 2022, 1:36 PM IST

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା । 7 ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

vssut ragging case anti ragging committee take action against students
ଭିସୁଟରେ ରାଗିଂ ଘଟଣା, 7 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ ଘଟଣା । ସମ୍ବଲପୁର ବୀର ସୁରେନ୍ଦ୍ର ସାଏ (VSSUT) ବୈଷୟିକ ବିଶ୍ବ ବିଦ୍ୟାଳୟର ଡିସିପ୍ଲିନ ଓ ଆଣ୍ଟି ରାଗିଂ କମିଟି 7 ଜଣ ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 3 ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବିଶ୍ୱ ବିଦ୍ୟାଳୟରୁ ବହିଷ୍କାର କରାଯାଇଥିବା ବେଳେ 4 ଜଣଙ୍କୁ ଆର୍ଥିକ ଦଣ୍ଡ ଦିଆଯାଇଛି ।

ଭିସୁଟରେ ରାଗିଂ ଘଟଣା

ମାନସ ଟୁଡୁ, ପ୍ରିତିଶ ଏସଆର ପଣ୍ଡା ଓ ଶାନ୍ତି ସ୍ଵରାଜ ରାଉତଙ୍କୁ ବର୍ଷେ ପାଇଁ ଶିକ୍ଷା ଅନୁଷ୍ଠାନରୁ ବହିଷ୍କାର କରାଯାଇଛି । ସେହିଭଳି ପି ଅବନୀନ୍ଦ୍ର ସେନାପତି, ଅଙ୍କିତ ମହାକୁଡ଼, ବି ଆର ସ୍ୱାଧୀନ, ବିଶ୍ୱଜିତ ପଟେଲଙ୍କୁ 5ହଜାର ଟଙ୍କା ଲେଖାଏଁ ଫାଇନ କରାଯାଇଛି । ଡିସେମ୍ବର 15 ସୁଦ୍ଧା ଫାଇନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବହିସ୍କୃତ ହୋଇଥିବା ଛାତ୍ରଙ୍କ ବହିଷ୍କାର ଅବଧି 01.01.2023ରୁ ଆରମ୍ଭ ହେବ । ସୂଚନା ଯୋଗ୍ୟ ଯେ, ଗତ 24 ତାରିଖରେ ଜଣେ ଜୁନିଅର ଛାତ୍ରଙ୍କୁ ଏହି ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.