ETV Bharat / state

ଭିସୁଟ ବୈଷୟିକ ବିଦ୍ୟାଳୟର 11ତମ ସମାଵର୍ତ୍ତନ ଉତ୍ସବ ପାଳିତ - ସମାଵର୍ତ୍ତନ ଉତ୍ସଵ ଅନୁଷ୍ଠିତ

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟରେ 11ତମ ସମାଵର୍ତ୍ତନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ଭିସୁଟ ବୈଷୟିକ ବିଦ୍ୟାଳୟର 11ତମ ସମାଵର୍ତ୍ତନ ଉତ୍ସବ ପାଳିତ

author img

By

Published : Nov 30, 2019, 6:01 PM IST

ସମ୍ବଲପୁର: ଜିଲ୍ଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟରେ 11ତମ ସମାଵର୍ତ୍ତନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଭିଏସ୍‌ଏସ୍‌ୟୁଟି(VSSUT) ର କୁଳପତି ଅଟଳ ଚୌଧୁରୀଙ୍କ ପୌରହିତ୍ୟରେ ହୋଇଥିବା ଏହି ଉତ୍ସବରେ କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଲକାତାର ଇଣ୍ଡିଆନ ଆସୋସିଏସନ ଫରଦ କଲ୍ଟିଭେସନ ଅଫ ସାଇନ୍ସର ନିର୍ଦ୍ଦେଶକ ଶାନ୍ତନୁ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦିଗ ଦର୍ଶନ ଦେଇଥିଲେ।

ଏହି ସମାବର୍ତ୍ତନ ଉତ୍ସବରରେ ଇସ୍ରୋ ମୁଖ୍ୟ କେ.ଶିବନଙ୍କ ଉଦ୍ଦେଶ୍ୟରେ ଡକ୍ଟରେଟ ଅଫ ସାଇନ୍ସ ଡିଗ୍ରୀ ପ୍ରଦାନ କରାଯାଇଛି । ଏହାସହ 32 ଜଣ ଛାତ୍ରଛାତ୍ରୀଙ୍କୁ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି । ସେହିପରି ବିଭିନ୍ନ ବିଭାଗର 1296 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବା ସହ 26 ଜଣଙ୍କୁ ବିଭିନ୍ନ ବିଭାଗରେ ପିଏଚଡି ପ୍ରଦାନ କରଯାଇଛି । ଏହି ଅବସରରେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟ ଅତିଥି ଶାନ୍ତନୁ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା ।

ଭିସୁଟ ବୈଷୟିକ ବିଦ୍ୟାଳୟର 11ତମ ସମାଵର୍ତ୍ତନ ଉତ୍ସବ ପାଳିତ

ଏହାସହ ଶନିବାର ସମାବର୍ତ୍ତନ ଉତ୍ସବ ପୂର୍ବରୁ ରାଜ୍ୟପାଳ ତଥା କୁଳାଧିପତି ଭିସୁଟରେ ଥିବା ଇସ୍ରୋ ଇନୋଭେସନ ସେଣ୍ଟରକୁ ଉଦଘାଟନ କରିଥିଲେ। ଏହି ଇନୋଭେସନ ସେଣ୍ଟରରେ ଅଗାମୀ ଦିନରେ ବହୁ ବୈଜ୍ଞାନିକ ଅନୁସନ୍ଧାନ ହେବା ନେଇ ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ର 11ତମ ସମାଵର୍ତନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।VSSUT ର କୁଳପତି ଅଟଳ ଚୌଧୁରୀ ଙ୍କ ପୌରହିତ୍ୟ ରେ ହୋଇଥିବା ଏହି ଉତ୍ସବରେ କୁଳାଧିପତି ମହାମହିମ ରାଜ୍ୟପାଳ ଗଣେଷି ଲାଲ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଲକାତା ର ଇଣ୍ଡିଆନ ଆସୋସିଏସନ ଫର ଦ କଲ୍ଟିଭେସନ ଅଫ ସାଇନ୍ସ ର ନିର୍ଦେଶକ ଶାନ୍ତୁନୁ ଭଟ୍ଟାଚାର୍ଚ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଦିଗ ଦର୍ଶନ ଦେଇଥିଲେ।

Body:ଏହି ସମାଵର୍ତନ ଉତ୍ସବରର ଇସ୍ରୋ ମୁଖ୍ୟ କେ.ଶିବନ ଙ୍କ ଉଦ୍ଦେଶ୍ୟରେ ଡକ୍ଟରେଟ ଅଫ ସାଇନ୍ସ ଡିଗ୍ରୀ ପ୍ରଦାନ କରାଯାଇଛି। ଏହା ସହ ଏହି ଅବସରରେ ରେ 32 ଜଣ ଛାତ୍ରଛାତ୍ରୀ ଙ୍କୁ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି।ସେହିପରି ବିଭିନ୍ନ ବିଭାଗର 1296 ଜଣ ଛାତ୍ରଛାତ୍ରୀ ଙ୍କୁ ଡିଗ୍ରୀ ପ୍ରଦାନ କରାଯିବା ସହ 26 ଜଣଙ୍କୁ ବିଭିନ୍ନ ବିଭାଗରେ ପି ଏଚ ଡି ପ୍ରଦାନ କରଯାଇଛି। ଏହି ଅବସରରେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟ ଅତିଥି ଶାନ୍ତୁନୁ ଭଟ୍ଟାଚର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

Conclusion:ଏହା ସହ ଆଜି ସମାଵର୍ତନ ଉତ୍ସବ ପୂର୍ବରୁ ଆଜି ରାଜ୍ୟପାଳ ତଥା କୁଳାଧିପତି ଭିସୁଟ ରେ ଥିବା ଇସ୍ରୋ ଇନୋଭେସନ ସେଣ୍ଟର କୁ ଉଦଘାଟନ କରିଥିଲେ। ଏହି ଇନୋଭେସନ ସେଣ୍ଟରରେ ଅଗାମୀ ଦିନରେ ବହୁ ବୈଜ୍ଞାନିକ ଅନୁସନ୍ଧାନ ହେବ।

ବାଇଟ-1- ଗଣେଷି ଲାଲ,ମହାମହିମ ରାଜ୍ୟପାଳ।
ବାଇଟ-2-ଅଟଳ ଚୌଧୁରୀ,କୁଳପତି, VSSUT।
ବାଇଟ-3-ଆଭା ଆଚାର୍ଯ୍ୟ, ଗୋଲଡ଼ ମେଡାଲିଷ୍ଟ ଛାତ୍ରୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.