ETV Bharat / state

ଜଳାଶୟକୁ କାରଖାନା ପାଉଁଶରେ ପୋତିବାକୁ ଉଦ୍ୟମ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Sep 30, 2023, 4:40 PM IST

ଜୁଯୁମୁରାରେ ଥିବା ଜଳାଶୟକୁ କାରଖାନା ପାଉଁଶରେ ପୋତି ଦେବାକୁ ଚେଷ୍ଟା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଞ୍ଚଳବାସୀ
ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଞ୍ଚଳବାସୀ
ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଞ୍ଚଳବାସୀ

ସମ୍ବଲପୁର: ଝାରସୁଗୁଡା ସ୍ଥିତ ଶିଳ୍ପ ଅନୁଷ୍ଠାନ ଗୁଡ଼ିକରୁ ନିର୍ଗତ ବିଷାକ୍ତ ପାଉଁଶକୁ ଜୁଯୁମୁରା ବ୍ଲକର ଜଳାଶୟରେ ପକାଯାଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଏହାର ବିରୋଧ କରି ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଜୁଯୁମୁରାରେ ଥିବା ଜଳାଶୟକୁ କାରଖାନା ପାଉଁଶରେ ପୋତି ଦେବାକୁ ଚେଷ୍ଟା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଞ୍ଚଳବାସୀ ଏହି ଜଳକୁ ନିଜର ସମସ୍ତ ଦୈନଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । କିନ୍ତୁ ପାଉଁଶ କାରଣରୁ ଜଳାଶୟର ବିଷାକ୍ତ ହେବା ସହ ବିଭିନ୍ନ ରୋଗର କରାଣ ସାଜୁଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏନେଇ ଅଞ୍ଚଳବାସୀ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ହାତିବାରୀ ମୌଜା ଜାମଟାଲ ଗ୍ରାମରେ ରହିଛି ଏକ ଜଳାଶୟ । ସ୍ଥାନୀୟ ଲୋକେ ଗାଧୋଇବା ଠାରୁ ଆରମ୍ଭ କରି ନିଜ ନିତ୍ୟବ୍ୟବାହାର୍ଯ୍ୟ ପାଇଁ ଏହି ଜଳ ଉପରେ ନିର୍ଭରଶୀଳ । ତେବେ ବର୍ତ୍ତମାନ ଏହି ଜଳାଶୟରେ କାରଖାନାର ବିଷାକ୍ତ ପାଉଁଶ ପକାଇ ଏହାକୁ ପୋତି ଦେବାକୁ ପ୍ରାୟାସ କରାଯାଉଛି । ଏହି ଘଟଣାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏସଂକ୍ରାନ୍ତରେ ଗତ ଜୁଲାଇ 12 ତାରିଖରେ ଜାମଟାଲ ଓ ହାତିବାରୀ ଗ୍ରାମବାସୀମାନେ ସ୍ଥାନୀୟ ତହସିଲଦାର ଓ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ । ସେତେବେଳେ ଏହି ପୁରୁଣା ପଥର ଖଦାନରେ ଥିବା ଜଳାଶୟକୁ ପୋତିବା ପାଇଁ ଦିଆଯାଇଥିବା ଅନୁମତି ପ୍ରକ୍ରିୟାକୁ ବନ୍ଦ କରାଯାଉ ବୋଲି ଦାବି ହୋଇଥିଲା । ତେବେ ବର୍ତ୍ତମାନ ସମ୍ବଲପୁର ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହାକୁ ପୋତିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଯାହାକୁ ରୋକିବା ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ..ପ୍ରଦୂଷଣର ବିଷ ବଳୟରେ କଳିଙ୍ଗ ନଗର, ଅସ୍ତବ୍ୟସ୍ତ ଜନଜୀବନ

ଜିଲ୍ଲା ପରିଷଦ ଉପସଭାପତି ମାଧବ ମିର୍ଦ୍ଧା କହିଛନ୍ତି, ‘‘ଏହି ଘଟଣାକୁ ନେଇ ପୂର୍ବରୁ ସମ୍ବଲପୁର ସମ୍ବଲପୁର ଡ଼ିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଜଳାଶୟ ଉପରେ ଅନେକ ଲୋକେ ନିର୍ଭରଶୀଳ ଥିବା ବେଳେ ଏହାକୁ ନପୋତିବା ପାଇଁ ପ୍ରୟାସ କରିଥିଲି । ଏହି ନୋଟିସକୁ କ୍ୟାନସଲ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବୁ ।’’ ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.