ETV Bharat / state

ଭିଜିଲାନ୍ସ ଜାଲରେ ଡିଆଇପିଆରଓ ବିଭାଗର କିରାଣୀ - ଡିଆଇପିଆରଓ ବିଭାଗର କିରାଣୀ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଡିଆଇପିଆରଓ ବିଭାଗରେ ହୋଇଛି ଭିଜିଲାନ୍ସ ଚଢାଉ ।

vigilance raid in DIPRO office
ଭିଜିଲାନ୍ସ ଜାଲରେ ଡିଆଇପିଆରଓ ବିଭାଗର କିରାଣୀ
author img

By

Published : Jun 9, 2020, 3:34 PM IST

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଡିଆଇପିଆରଓ ବିଭାଗରେ ହୋଇଛି ଭିଜିଲାନ୍ସ ଚଢାଉ । ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଶିବରାମ ମହାରଣା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା ।

vigilance raid in DIPRO office
ଭିଜିଲାନ୍ସ ଜାଲରେ ଡିଆଇପିଆରଓ ବିଭାଗର କିରାଣୀ

ଶିବରାମଙ୍କ କାର୍ଯ୍ୟାଳୟର ନିଲମ୍ବିତ ଡ୍ରାଇଭର ଦେବାନନ୍ଦ ରଣବିଡାଙ୍କ ମେ ମାସର ନିଲମ୍ବିତ ଦରମା ପାସ କରିବା ପାଇଁ 1500 ଟଙ୍କା ଲାଞ୍ଚ ମାଗିଥିବାର ଅଭିଯୋଗ ହୋଇଛି । ଏହା ପରେ ଏନେଇ ଦେବାନନ୍ଦ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ ।

ମଙ୍ଗଳବାର ମଧ୍ୟାହ୍ନରେ ଦେବାନନ୍ଦ କିରାଣୀ ଶିବରାମଙ୍କୁ ଭେଟି 1500 ଟଙ୍କା ଦେଉଥିବା ବେଳେ ସେଠାରେ ପୂର୍ବରୁ ଥିବା ଭିଜିଲାନ୍ସ ଅଧିକାରୀ ଶିବରାମ ମହାରଣାଙ୍କୁ ଗିରଫ କରିଥିଲେ । ଶିବରାମ ରହୁଥିବା ସରକାରୀ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ ଚଢାଉ କରିଥିଲା।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.